ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ପାନୀୟର ପ୍ରଭାବ ଆପଣଙ୍କ ଶରୀର ସହିତ କେଶ ଉପରେ ବି ପଡିଥାଏ । ଯଦି ଆପଣ ଆପଣଙ୍କର କେଶ ଯତ୍ନ ନେବାରେ ଅବହେଳା କରୁଛନ୍ତି ତେବେ ଆପଣଙ୍କ କେଶ ନଷ୍ଟ ଏବଂ ଦୋମୁହାଁ ହୋଇଯାଇଥାଏ । ଏହାପରେ ଆପଣ କେଶ କାଟନ୍ତୁ ବା କେଶର ଯେତେ ବି ଯତ୍ନ ନିଅନ୍ତୁ ନା କାହିଁକି ତାହା ଆଉ ପରିବର୍ତ୍ତନ ହୋଇନଥାଏ । ଯେତବେଳେ ଆପଣଙ୍କ କେଶର ତଳ ଅଂଶ ଦୁଇ ଭାଗ ହୋଇଯାଇଥାଏ ତାହାକୁ ଦୋମୁହାଁ କେଶ ବୋଲି କୁହାଯାଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ଦୋମୁଁହା କେଶରୁ ଛୁଟକାରା ପାଇବାର ଉପାୟ ।
– ମହୁ ରେ ଅନେକ ଆଣ୍ଟିଅକ୍ସଡେଣ୍ଟରେ ଭରପୁର ହୋଇ ଥାଏ ଏବଂ ଗୋଲାପ ଜଳରୁ ମିଳୁଥିବା ହିଲିଂ ପ୍ରପଟିଜ୍ ତ୍ୱଚା ସହିତ ଆପଣଙ୍କ କେଶ ପାଇଁ ବି ଉପଯୋଗୀ ହୋଇଥାଏ । ଏହାସହିତ ଏହା ଆପଣଙ୍କ ଦୋମୁଁହା କେଶ ସମସ୍ୟାକୁ ବି ଦୂର କରିଥାଏ । ସେଥିପାଇଁ ଆପଣ ୪ ଚାମଚ ଗୋଲାପ ଜଳରେ ୧ ଚାମଚ ମହୁ ଏବଂ ୮ ଚାମଚ ପାଣି ମିଶାଇ କେଶ ମୂଳରେ ଲଗାଇ ଏକ ଘଣ୍ଟା ପାଇଁ ଛାଡି ଦିଅନ୍ତୁ । ଏହାପରେ ଶ୍ୟାମ୍ପୁରେ କେଶ ଧୋଇ ଦିଅନ୍ତୁ ।
– ଯେତେବେଳେ ଆପଣ ଆପଣଙ୍କ କେଶରେ ଗରମ ଉପକରଣ ବା ହେୟାର ଡ୍ରାୟର ବ୍ୟବହାର କରିଥାନ୍ତି ସେତେବେଳେ ଆପଣଙ୍କ କେଶକୁ କ୍ଷତି ପହଁଚିଥାଏ । ଗରମ ଉପକରଣ ବ୍ୟବହାର କରିବା ଦ୍ୱାର କେଶ ଶୁଷ୍କ ହୋଇଯାଇଥାଏ । ସେଥିପାଇଁ ଆପଣଙ୍କ କେଶ ଦୁଇ ଭାଗରେ ବିଭକ୍ତ ହୋଇ ନଷ୍ଟ ହୋଇଯାଇଥାଏ । ସେଥିପାଇଁ ଆପଣ ସର୍ବଦା ପ୍ରାକୃତିକ ଉପାୟରେ କେଶକୁ ଶୁଖେଇବାକୁ ଚେଷ୍ଟା କରନ୍ତୁ ।
– ଏଭୋକାଡୋ ରେ ଭିଟାମିନ୍ ଇ, ମିନେରାଲ୍ସ,ଫାଇଟୋନ୍ୟୂଟ୍ରିଏନ୍ସ ଭରପୁର ମାତ୍ରାରେ ଥାଏ । ଯାହା ଆପଣଙ୍କ କେଶକୁ ମଇଶ୍ଚର କରି ନଷ୍ଟ ହେବାରେ ରକ୍ଷା କରିଥାଏ । ସେଥିପାଇଁ ଅଧା ଏଭୋକାଡୋ ରେ ଏକ ଚାମଚ ବାଦମ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ । ଏହାପରେ ଏହି ପେଷ୍ଟକୁ କେଶ ମୂଳେ ଲଗାଇ କିଛି ସମୟ ରଖନ୍ତୁ । ଏହାପରେ କେଶ ଧୋଇ ନିଅନ୍ତୁ ।
– ଯଦି ଆପଣଙ୍କ କେଶକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ ଭିଟାମିନ୍ ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ ।
– ଯଦି ଆପଣଙ୍କର କେଶ ବାରମ୍ବାର ଦୋମୁଁହା ହେଉଛି ତେବେ ଏହାକୁ ଦୂର କରିବା ପାଇଁ ଆପଣ ମଇଶ୍ଚରାଇଜର ଶ୍ୟାମ୍ପୁ ବ୍ୟବହାର କରନ୍ତୁ ।