ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜୀବନରେ ଯେଉଁଭଳି ମିଠା ଭରା ସମ୍ପର୍କର ଆବଶ୍ୟକ ରହିଛି । ଠିକ୍ ସେହିପରି ଶରୀର ପାଇଁ ମଧ୍ୟ ମିଠା ବା ଚିନିର ଆବଶ୍ୟକ ରହିଛି । ମାତ୍ର ଶରୀର ପାଇଁ ଅତ୍ୟଧିକ ମିଠା ହାନିକାରକ ହୋଇଥାଏ । ଆଜିକାଲି ସମୟରେ କମ୍ ବର୍ଷ ବୟସରୁ ମଧୁମେୟ, ମୋଟାପଣ , କୋଲେଷ୍ଟ୍ରଲ ବଢିବା ଭଳି ସମସ୍ୟା ଦେଖିବାକୁ ମିଳୁଛି ।
ଦୁଇ ପ୍ରକାରର ଚିନି ରହିଥାଏ । ଯେପରିକି ଗ୍ଲୁକୋଜ ଏବଂ ଫ୍ରୁକ୍ଟୋସ । ଚିନି ହେଉଛି ଫ୍ରୁକ୍ଟୋସ ଏକ ରୂପ । ଅଧିକ ଚିନି ଦ୍ୱାରା କେବଳ ଓଜନ ବୃଦ୍ଧି ହୁଏ ତାହା ନୁହେଁ ବରଂ ମଧୁମେୟ ଏବଂ ଅନ୍ୟ ସମସ୍ୟା ଉପୁଜିଥାଏ । ପ୍ରକୃତିରେ ଚିନିରେ କେବଳ କ୍ୟାଲୋରୀ ରହିଥାଏ ଏବଂ ଏଥିରେ ପ୍ରୋଟିନ୍ , ଭିଟାମିନ୍ସ ଏବଂ ଖଣିଜ ଆଦି ନଥାଏ । ଏହାସହିତ ଅଧିକ ଚିନି ସେବନ ଦ୍ୱାରା ପୋଷକ ତତ୍ୱ କମ୍ ହୋଇଯାଇଥାଏ ।
ଅନ୍ୟପଟେ କମ୍ ମାତ୍ରାରେ ଚିନି ସେବନ କରିବା ଦ୍ୱାରା ଲିଭର ତାକୁ ଗ୍ଲାଇକୋଜେନରେ ପରିବର୍ତ୍ତନ କରି ଜମାଟ କରେ । ଯାହାଫଳରେ ଆବଶ୍ୟକ ପଡିବା ଦ୍ୱାରା କାମରେ ଆସିବ । ସେହିପରି ଅଧିତ ଫ୍ରୁକ୍ଟୋସ ନେବା ଦ୍ୱାରା ଲିଭରକୁ ତାକୁ ଫ୍ୟାଟରେ ପରିବର୍ତ୍ତନ କରିବାକୁ ପଡିଥାଏ । ଯାହାଦ୍ୱାରା ଅଧିକ ଲୋଡ ଲିଭର ଉପରେ ପଡିଥାଏ ।
ଶରୀରର ଗୁରୁତ୍ୱପୂର୍ଣ୍ଣ ହରମୋନ ହେଉଛି ଇଂସୁଲିନ୍ । କିନ୍ତୁ ଅଧିକ ମାତ୍ରାରେ ଚିନି ସେବନ କରିବା ଦ୍ୱାରା ଇଂସୁଲିନ୍ ରେଜିଷ୍ଟ୍ରେଂସ ବଢିଥାଏ । ଏଥିପାଇଁ ମୋଟାପଣ ଏବଂ ମଧୁମେୟର ଆଶଙ୍କା ଅଧିକ ହୋଇଯାଇଥାଏ । ରକ୍ତରେ ଅଧିକ ଜିନି ହେବା ଦ୍ୱାରା କଣିକାରେ ଇଂସୁଲିନ୍ ର ପ୍ରତିରୋଧ ଆରମ୍ଭ ହୋଇଯାଇଥାଏ ।
ଗ୍ଲୁକୋଜ୍ ରୂପେ ଚିନି ଠିକ୍, ମାତ୍ର ଫ୍ରୁକ୍ଟୋସ ଠାରୁ ସମସ୍ୟା । ଏହାଦ୍ୱାରା ଶରୀର, ମସ୍ତିସ୍କ ଏବଂ ହର୍ମୋନରେ ଅଧିକ ପ୍ରଭାବ ପଡିଥାଏ । ଆପଣମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ କି ନିଷାଦ୍ରବ୍ୟ ଭଳି ଚିନି ବି ମସ୍ତିସ୍କରେ ଡୋପାମାଇନ ନାମକ ହର୍ମୋନ ସ୍ରୋତକୁ ବଢାଇପାରେ । ଯାହା ଶରୀର ପାଇଁ ଖୁବ୍ ହାନିକାରକ ।
ଅଧିକ ମିଠା ଯୁକ୍ତ ଖାଦ୍ୟ ପଦାର୍ଥ ରକ୍ତରେ ୟୁରିକ୍ ଏସିଡ୍ ବଢାଇଥାଏ । ସେଥିପାଇଁ ରକ୍ତଚାପ ଏବଂ ଆଣ୍ଠୁ-ଗଣ୍ଠି ସମସ୍ୟା ଉପୁଜିଥାଏ । ପ୍ରକୃତରେ ଅଧିକ ମିଠା ସେବନ ଦ୍ୱାରା ଶରୀରର ଓଜନ ଏବଂ ଭୋକ ନିୟନ୍ତ୍ରଣ କରୁଥିବା ସିଷ୍ଟମ ଖରାପ ହୋଇପାରେ ।
ବୈଜ୍ଞାନିକଙ୍କ ମତରେ ଅଧିକ ଚିନି ବ୍ୟବହାର ଦ୍ୱାରା ଇଂସୁଲିନ୍ ଉପରେ ପଡିବାକୁ ଥିବା ହାନିକାରକ ପ୍ରଭାବ କର୍କଟ ରୋଗର କାରଣ ହୋଇପାରେ ।