ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଣିଷ ଶରୀରରେ ଥିବା ହାଡକୁ କ୍ୟାଲସିୟମ ଖୁବ୍ ଆବଶ୍ୟକ ହୋଇଥାଏ । ଏହାର ଅଭାବକୁ ଦୂର କରିବା ପାଇଁ ହେଲେ ଭଲ ଖାଦ୍ୟର ଆବଶ୍ୟକ ରହିଛି, କିନ୍ତୁ ଅନେକ ସମୟରେ କିଛି ଭୁଲ୍ ପାଇଁ ଶରୀରରେ ଥିବା ହାଡ ଦୁର୍ବଳ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ତିନୋଟି ଜିନିଷ ଆମ ଶରୀରର ହାଡକୁ ଦୁର୍ବଳ କରିଦେଇ ଥାଏ ।
– ହାଡକୁ ଦୁର୍ବଳ କରିବାର ପ୍ରଥମ ଭୁଲ୍ ହେଉଛି ଧୂମ୍ରପାନ । ଧୂମ୍ରପାନ କରିବା ଦ୍ୱାରା ହାଡ ଦୁର୍ବଳ ହୋଇଯାଏ ।
– ରୋଷେଇରେ ମୁଖ୍ୟ ହେଉଛି ଲୁଣ, କିନ୍ତୁ କିଛି ଲୋକ ଅଧିକ ମାତ୍ରାରେ ଲୁଣ ସେବନ କରିଥାନ୍ତି । ଏହି ଲୁଣ ହାଡକୁ ଫମ୍ପା କରିଦେବା ସହ ହାଡରେ କ୍ୟାଲସିୟମ ଶୋଷି ଦେଇଥାଏ । ଯାହାଫଳରେ ଆଂଠୁ ଗଣ୍ଠି ଦରଜ ହୁଏ ଏବଂ ହାଡ ଭିତରୁ ଦୁର୍ବଳ ହୋଇଯାଏ । ସେଥିପାଇଁ ସିମୀତ ମାତ୍ରାରେ ଲୁଣ ସେବନ କରନ୍ତୁ ।
– ଛେଳି ମାଂସରେ ଅନେକ ପୋଷକ ତତ୍ୱ ଥାଏ । ଏହା ଶରୀରକୁ ଅନେକ ଫାଇଦା ଦେଇଥାଏ । କିନ୍ତୁ ଛେଳି ମାଂସ ଦ୍ୱାରା ହେଉଥିବା ହାନିକାରକ ବହୁତ କମ ଲୋକ ଜାଣିଥିବେ । ଛେଳି ମାଂସରେ ହାଇଡ୍ରୋକ୍ଲୋରିକ ଏସିଡ୍ ଥାଏ । ଯାହା ହାଡକୁ ଦୁର୍ବଳ କରିଥାଏ । ଏହାଦ୍ୱାରା ଆଂଠୁ ଗଣ୍ଠି ରଦଜ ହେବା ସହ ଧୀରେ ଧୀରେ ଶରୀର ଭିତର ଫମ୍ପ ହୋଇଯାଏ । ସେଥିପାଇଁ ଖୁବ୍ କମ ମାତ୍ରାରେ ଛେଳି ମାଂସ ଖାଇବା ଉଚିତ୍ ।