ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ଅନେକ ଲୋକଙ୍କ ଠାରେ ରକ୍ତ ଅଭାବ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଉଛି । କିଛି ଲୋକଙ୍କଠାରେ ଏହି ସମସ୍ୟା କୌଣସି ରୋଗ ପାଇଁ ହୋଇଥାଏ ତ ପୁଣି ଆଉ କିଛି ଲୋକଙ୍କ କ୍ଷେତ୍ରରେ ଅନ୍ୟ କୌଣସି କାରଣ ପାଇଁ ହୋଇଥାଏ । ଏବେ ରକ୍ତ ଅଭାବ ଏକ ସାଧାରଣ ସମସ୍ୟା ହୋଇଗଲାଣି । ଯାହା ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଦେଖିବାକୁ ମିଳୁଛି । ଯେତେବେଳେ ଶରୀରରୁ ଲାଲ ରକ୍ତକଣିକା କମ ହୋଇଯାଇଥାଏ । ସେତେବେଳେ ଶରୀରରୁ ହିମୋଗ୍ଲୋବିନ୍ କମ ହୋଇଯାଇଥାଏ । ପ୍ରକୃତରେ ହିମୋଗ୍ଲୋବିନ୍ ହେଉଛି ଏକ ପ୍ରକାରର ପ୍ରୋଟିନ୍ । ଏହା ଶରୀରକୁ ଅକ୍ସିଜେନ୍ ପ୍ରଦାନ କରେ । ଏହା ଶରୀରରୁ କମ ହୋଇଯିବା ଦ୍ୱାରା ଏନିମିୟାର ଶିକାର ହୋଇଥାନ୍ତି ବ୍ୟକ୍ତି ।
ରକ୍ତ ଅଭାବକୁ ଦୂର କରିବା ପାଇଁ ଅନେକ ଔଷଧ ଏବଂ ଫଳମୂଳ,ଶାଗ, ପନିପରିବା ଆଦି ସେବନ କରିବାକୁ ପଡିଥାଏ । କିନ୍ତୁ ଏଭଳି ଏକ ଶାଗ ରହିଛି ଯାହା ବହୁତ ଶୀଘ୍ର ରକ୍ତ ଅଭାବକୁ ଦୂର କରିଥାଏ ।
ପ୍ରକୃତରେ ପାଳଙ୍ଗ ଶାଗରୁ ମିଳୁଥିବା କ୍ୟାଲସିୟମ ଏବଂ ଭିଟାମିନ୍ ଶରୀରରେ ରକ୍ତର ଅଭାବକୁ ବହୁତ ଶୀଘ୍ର ଦୂର କରିଥାଏ । ପାଳଙ୍ଗ ଶାଗ ସେବନ କରିବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ଯାହାଫଳରେ ତ୍ୱଚାରେ ଗ୍ଲୋ ଆସିଥାଏ ଏବଂ ଆଖି ସମ୍ବନ୍ଧୀୟ ସମସ୍ୟା ବି ଦୂର ହୋଇଥାଏ । ସେହିପରି ଲଗାତର ୧୫ ରୁ ୨୦ ଦିନ ଯାଏଁ ପାଳଙ୍ଗ ଶାଗ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ସମସ୍ୟା ଦୂର ହୋଇଥାଏ । ଏହାସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ପାଳଙ୍ଗ ।