ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋଭିଡରୁ ସୁସ୍ଥ ହେବା ପରେ କିଛି ଲୋକଙ୍କ ଶରୀରରେ ଅନ୍ୟ ସମସ୍ୟା ଦେଖିବାକୁ ମିଳୁଛି । ଯେଉଁଥିରେ କେଶ ଝଡିବା ମଧ୍ୟ ଏକ ବଡ ସମସ୍ୟା । ଲୋକଙ୍କ କହିବାନୁଯାୟୀ, କୋଭିଡ ପରେ ସେମାନଙ୍କ କେଶ ଅଚାନକ ବହୁତ ମାତ୍ରାରେ ଝଡିବା ଆରମ୍ଭ ହୋଇଛି । ସେଥିପାଇଁ ଆଜି ଆମେ ଆପଣଙ୍କୁ ମେଥି ତେଲର ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ସମସ୍ୟା କେତେ ପରିମାଣରେ ଦୂର ହୋଇପାରେ ।
ମେଥିରେ ଭରପୁର ମାତ୍ରାରେ ଆଇରନ ଏବଂ ପ୍ରୋଟିନ ରହିଛି । ଯାହା କେଶକୁ ମଜବୁତ ଏବଂ ଗହବା କରିବାରେ ସକ୍ଷମ । ଆପଣ ଘରେ ତିନୋଟି ଜିନିଷ ସାହାଯ୍ୟର ମେଥି ତେଲ ପ୍ରସ୍ତୁତ କରିପାରିବେ ।
ସେହି ତିନୋଟି ସାମଗ୍ରୀ:
ମେଥି- ୪ ଚାମଚ
ଗୋଟେ ଗିନା ନଡିଆ ତେଲ
ଗୋଟେ ବିଡା ଭୃଷଙ୍ଗ ପତ୍ର ।
ଗୋଟେ ପାତ୍ରରେ ତେଲ ଗରମ ପାଇଁ ଗ୍ୟାସରେ ବସାନ୍ତୁ । ସେଥିରେ ମେଥି ଦାନା ଏବଂ ଭୃଷଙ୍ଗ ପତ୍ର ପକାଇ କମ ଆଞ୍ଚରେ ଭାଜନ୍ତୁ । ଏହାପରେ ଗ୍ୟାସ ବନ୍ଦ କରି ତାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ତେଲ ଥଣ୍ଡା ହେବା ପରେ ଆପଣ ସେହି ତେଲକୁ ଛାଣି ପାରିବେ ନଚେତ୍ ସେମିତି ଏକ ବୋତଲରେ ଭର୍ତ୍ତି କରି ରଖନ୍ତୁ । ଏହାପରେ ସେହି ତେଲକୁ ଆପଣ ସପ୍ତାହରେ ଦୁଇ ତିନି ଥର ଆପଣ କେଶରେ ଲଗାଇ ପାରିବେ । ଗୋଟେ ସପ୍ତାହ ଭିତରେ ଆପଣଙ୍କୁ ଫରକ ଜଣାପଡିଯିବ ।