ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତ ବହୁତ ଜୀବନ ମଧ୍ୟରେ ବ୍ୟକ୍ତିଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳୁଛି । ଯେଉଁଥିରେ ଲୋ ବିପି ମଧ୍ୟ ସାମିଲ ଅଛି । ଏହାଦ୍ୱାରା ଅଚାନକ ରକ୍ତଚାପ କମ ହୋଇଯାଇଥାଏ । କିନ୍ତୁ ଏହି ଲୋ-ବିପି ସମସ୍ୟାକୁ ଅଣଦେଖା କରିବା ଉଚିତ୍ ନୁହେଁ । ନଚେତ୍ ଆଗକୁ ଏହା ବଡ ସମସ୍ୟା ହୋଇପାରେ । ଏହି ସ୍ଥିତିରେ ଶରୀରର ସମସ୍ତ ଅଙ୍ଗ ରେ ରକ୍ତ ସଂଚାଳନ କମ ହୋଇଯାଇଥାଏ । ଯାହାଦ୍ୱାରା ବ୍ୟକ୍ତିଙ୍କୁ ଦୁର୍ବଳ, କମ ଦୃଶ୍ୟମାନ ହେବା, ହାତ ଗୋଡ ଥରିବା, ମୁଣ୍ଡ ବୁଲାଇବା ଭଳି ସମସ୍ୟା ଉପୁଜିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ଲୋ-ବିପି ନିୟନ୍ତ୍ରଣ କରିବାରେ ସହାୟକ ହେବ । ତେବେ ଆସନ୍ତୁ ଜାଣିବା
ଡାର୍କ ଚକଲେଟ:- ବିପି ଲୋ ହେବା ଦ୍ୱାରା ଆପଣ ଚକଲେଟ ମଧ୍ୟ ଖାଇ ପାରିବେ । ଡାର୍କ ଚକୋଲେଟରେ ଏଭଳି ଏକ ପଦାର୍ଥ ଥାଏ ଯାହା ଶରୀରର ଓଜନ ଏବଂ ଫ୍ୟାଟ କୁ ରକ୍ତ ସ୍ତରରେ ବିନା ପରିବର୍ତ୍ତନ କରି ବଢିଥିବା ବିପିକୁ କମ କରିଥାଏ ।
ଅଣ୍ଡା:- ଅଣ୍ଡାରେ ଭିଟାମିନ ବି ୧୨ ରହିଥାଏ ଯାହା ଲାଲ ରକ୍ତ କଣିକାର ଉତ୍ପାଦନକୁ ବଢାଇଥାଏ । ଲୋ ବିପି ସମସ୍ୟାରେ ଭିଟାମିନ ବି ୧୨ ସମୃଦ୍ଧ ଖାଦ୍ୟ ପଦାର୍ଥ ଯେପରିକି ଅଣ୍ଡା । ଏହାକୁ ଡାଇଟରେ ସାମିଲ କରିବା ଉଚିତ୍ ।
ଅଙ୍ଗୁର ଜୁସ୍:- ଏଭଳି ସ୍ଥିତିରେ ଆପଣ ଅଙ୍ଗୁର ଜୁସ୍ ମଧ୍ୟ ସେବନ କରିପାରିବେ । ଏଥିରେ ପୋଟାସିୟମ ରକ୍ତଭଣ୍ଡାରକୁ ଆରାମ ଦେଇଥାଏ ।
ପନୀର:- ଲୋ-ବିପି ସମସ୍ୟା ହେବା ଦ୍ୱାରା ପନିର ସେବନ ଫାଇଦା ହୋଇପାରେ । ଲୋ-ବିପି ସମସ୍ୟା ହେବା ଦ୍ୱାରା ଅଧିକ ଲୁଣ ଯୁକ୍ତ ଖାଦ୍ୟ ସେବନ କରିବା ଉଚିତ୍ । ଯେତେବେଳେ କୌଣସି ବ୍ୟକ୍ତିଙ୍କର ଅଚାନକ୍ ଲୋ-ବିପି ହୋଇଯାଉଛି ତେବେ ତାଙ୍କୁ ତୁରନ୍ତ ପାଣିରେ ଲୁଣ ମିଶାଇ ପିଇବାକୁ ଦିଅନ୍ତୁ ।