ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନଡିଆ ଏବଂ ନଡିଆ ତେଲର ଅନେକ ଚମତ୍କାରୀ ଗୁଣ ବିଷୟରେ ଆପଣମାନେ ଜାଣିଥିବେ । ଶରୀରକୁ ସୁସ୍ଥ ରଖୁଥିବା ପୌଷ୍ଟିକ ତତ୍ୱରେ ଭରପୁର ନଡିଆର ଏକ ଖଣ୍ଡ ନିୟମିତ ସେବନ କରିବା ଦ୍ୱାରା କେବଳ ଶରୀରର ଇମ୍ୟୁନିଟି ବଢିଥାଏ ତାହା ନୁହେଁ ବରଂ ସ୍ମରଣଶକ୍ତି ବି ବୃଦ୍ଧି ହୋଇଥାଏ । ନଡିଆରେ ଭିଟାମିନ୍ସ, ମିନେରାଲ୍ସ, କାର୍ବୋହାଇଡ୍ରେଡ ଏବଂ ପ୍ରୋଟିନ ଭରପୁର ମାତ୍ରାରେ ରହିଛି । ଏହାସହିତ ନଡିଆର ପାଣିର ମାତ୍ରା ବି ଅଧିକ ଥାଏ, ସେଥିପାଇଁ ଏହା ଶରୀରକୁ ହାଇଡ୍ରେଟ କରି ରଖିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ..
ନଡିଆ ସେବନ ଦ୍ୱାରା ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ । ନଡିଆରେ ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ, ଆଣ୍ଟିଭାଇରାଲ ତତ୍ୱ ରହିଛି । ଯାହା ରୋଗ ସହ ଲଢିବାର କ୍ଷମତାକୁ ବଢାଇଥାଏ । ଖାସ୍ କରି ଗର୍ଭବତା ମହିଳାଙ୍କ ବାନ୍ତି ରୋକିଥାଏ । ଯଦି କାହାରିକୁ ବାନ୍ତି ଆସୁଥାଏ ତେବେ ଖଣ୍ଡେ ନଡିଆକୁ ପାଟିର ରଖି ଚୋବାନ୍ତୁ ।
ନଡିଆରୁ ଭଲ କୋଲେଷ୍ଟ୍ରଲ ମିଳିଥାଏ, ଯାହା ହୃଦୟକୁ ସୁସ୍ଥ ରଖିଥାଏ ।
ନଡିଆ ଏକ ଭଲ ଆଣ୍ଟିବାୟୋଟିକ, ଏଥିରେ ବିଭିନ୍ନ ପ୍ରକାରର ଆଲର୍ଜି ଦୂର ହୋଇଥାଏ ।
କୋଷ୍ଠକାଠିନ୍ୟ ସମସ୍ୟାରେ ନଡିଆ ଖୁବ୍ ଲାଭଦାୟୀ ହୋଇଥାଏ । କାରଣ ଏଥିରୁ ପ୍ରଚୁର ପରିମାଣର ଫାଇବର ମିଳିଥାଏ ।