ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଥାଇରଏଡ ଏକ ଗମ୍ଭୀର ସମସ୍ୟା । ଏହି ସମସ୍ୟା ଗୋଟେ ଥର ଆରମ୍ଭ ହୋଇଗଲା ମାନେ ଏହା ସାରା ଜୀବନ ପାଇଁ ପିଛା ଛାଡି ନଥାଏ । ଏଥି ପାଇଁ ମଧ୍ୟ ଅନେକ ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ, ଯାହା ଦ୍ୱାରା ଆପଣ ଥାଇରଏଡକୁ ନିୟନ୍ତ୍ରଣ କରିପାରିବେ ।
ଏହି ଥାଇରଏଡ୍ ସମସ୍ୟା ବିଶେଷ କରି ଗଳା ଉପରେ ପ୍ରଭାବ ପକାଇଥାଏ । ସେଥିପାଇଁ ଆପଣଙ୍କୁ ବିଶେଷ ଧ୍ୟାନ ରଖିବା ଉଚିତ୍ ।
ଆପଣ ଅତ୍ୟଧିକ ତେଲ ଓ ମସଲା ଜାତୀୟ ଖାଦ୍ୟରୁ ଦୂରେଇ ରୁହନ୍ତୁ । ଯେପରି ଅତ୍ୟଧିକ ଲୁଣ ସେବନ, ଖଟା, ଆଲକୋହଲ, ଚା ଓ କଫି ମଧ୍ୟ ଆପଣଙ୍କ ସମସ୍ୟାକୁ ଅଧିକ ବଢାଇ ଦେଇଥାଏ ।
ଅନ୍ୟପଟେ ଏହି ଗମ୍ଭୀର ସମସ୍ୟାରୁ ଆରାମ ପାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଭାତ, ଦହି ,ଡାଏରୀ ପ୍ରଡକ୍ଟସ ଏବଂ ମେଥି ଆଦି ।