ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଉ ମାତ୍ର ଅଳ୍ପ ଦିନ ପରେ ଆସୁଛି ନୂଆବର୍ଷ । ଆରମ୍ଭ ହୋଇ ଗଲାଣି ଲୋକମାନଙ୍କ ନିୟୁ ଇଅର ପ୍ଲାନିଂ । ପିକନିକ, ପାର୍ଟି, ନାଇଟ୍ ଆଉଟ୍ ଭଳି ଅନେକ ପ୍ଲାନ ମଧ୍ୟ ପ୍ରସ୍ତୁତ ହେଲାଣି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଜାଗା ବିଷୟରେ ଜଣାଇବୁ, ଯେଉଁଠି ବିଶ୍ୱର ସବୁଠାରୁ ବଡ ଆକାରରେ ନୂଆବର୍ଷ ପାଳନ କରାଯାଏ ।
ନିୟୁର୍କ
ଏଠାରେ ନୂଆବର୍ଷର ଆରମ୍ଭ ଗୋଟିଏ କାନ୍ଥରୁ ହୋଇଥାଏ । ପ୍ରଥମ ଥର ଏହି କାନ୍ଥରେ ୩୧ଡିସେମ୍ବର ୧୯୦୭ରେ ନୂଆବର୍ଷ ପାଳନ ଆରମ୍ଭ ହୋଇଥିଲା । ସେବେ ଠାରୁ ନେଇ ଆଜି ପର୍ଯ୍ୟନ୍ତ ନିୟୁର୍କରେ ଏହି ପରମ୍ପରାର ପାଳନ ହୋଇ ଆସୁଛି । ଏହି କାନ୍ଥଟିର ଓଜନ ୭୦୦ପାଉଣ୍ଡ ଥିବା ବେଳେ ଅତିକମ୍ରେ କାନ୍ଥଟିକୁ ପ୍ରାୟ ୨୦ହଜାର ଲାଇଟ ବଲବ୍ ରେ ସଜାଯାଏ ।
ପ୍ରତିବର୍ଷ ଲକ୍ଷାଧିକ ଲୋକ ନୂଆବର୍ଷ ପାଳିବାକୁ ଏଠାକୁ ଆସିଥାନ୍ତି । ଏବର୍ଷ ୧୫ଲକ୍ଷରୁ ଅଧିକ ଲୋକ ସେଠାକୁ ଯିବାର ସମ୍ଭାବନା ଅଛି ।
ପ୍ୟାରିସ୍
ଫାରନ୍ସ ଯେତିକି ଫ୍ୟାସନ ପାଇଁ ଜଣାଶୁଣା, ମନୋରଞ୍ଜନ ପାଇଁ ମଧ୍ୟ ସେତିକି ଲୋକପ୍ରିୟ । ଆକର୍ଷଣିୟ ଲାଇଟ ସୋ’, ଲୋକପ୍ରିୟ ରକ୍ ବ୍ୟାଣ୍ଡ ଏବଂ ବଡ ବଡ ପାର୍ଟି ସହିତ ପ୍ୟାରିସ୍ ରେ ନୂଆବର୍ଷକୁ ସ୍ୱାଗତ କରାଯାଏ ।
ସିଡି୍ନି
ଅଷ୍ଟ୍ରେଲିଆର ରାଜଧାନୀର ସବୁଠାରୁ ବଡ ସେଲିବ୍ରେସନ ସିଡି୍ନିର ହାର୍ବର ଠାରେ ହୋଇଥାଏ । ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ହିଁ ଏଠାରେ ଫାୟାର ସୋ’, ଲାଇଟ୍ ସୋ’ର ଆରମ୍ଭ ହୋଇଯାଏ ।
ଲଣ୍ଡନ
ଏଠାରେ ରାତି ସାରା ନୂଆବର୍ଷ ପାଳିତ ହୋଇଥାଏ । ରାତି ସାରା ପାର୍ଟି ପରେ ଏଠାରେ ସକାଳୁ ଗୋଟିଏ ପ୍ୟାରେଡ ସୋ’ ହୋଇଥାଏ । ଏ ବର୍ଷ ପ୍ରାୟ ୩ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ହେବ ବୋଲି ସୁଚନା ମିଳୁଛି ।
ଲିବର୍ପୁଲ ଇଣ୍ଟରନ୍ୟାସନାଲ ହର୍ସ ସୋ’
ଏହି ହର୍ସ ସୋ’ ଟି ୟୁ.କେରେ ୨୮ରୁ ୩୧ଡିସେମ୍ବର ପର୍ଯ୍ୟନ୍ତ ପାଳନ କରାଯାଏ । ଏଠାରେ ହେଉଥିବା ନିୟୁ ୟର ପାର୍ଟି କୁ ବିଗେଷ୍ଟ ପାର୍ଟି ଅଫ ଦ ଇଅର ର ମାନ୍ୟତା ମିଳିଥାଏ । ଏଠାକୁ ସାରା ବିଶ୍ୱରୁ ପର୍ଯ୍ୟଟକ ନୂଆବର୍ଷ ପାଳନ କରିବାକୁ ଆସନ୍ତି ।