ଭୁବନେଶ୍ୱର (ଏଟିଅ।ର ବ୍ୟୁରୋ): ଆପଣମାନେ ପିଲାଦିନୁ ଦେଖି ଆସୁଥିବେ କି ଜ୍ୱର ହେବା ମାତ୍ରେ ମା’ ମାଥାରେ ପାଣି ପଟି ପକାଇ ଥାନ୍ତି । ଏହାସହିତ ଅନେକ ଲୋକ ମଧ୍ୟ ଜ୍ୱର ବେଳେ ପାଣି ପଟି ପକାଇବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏଭଳି କରିବା କ’ଣ ବୈଜ୍ଞାନିକଙ୍କ ମତରେ ଠିକ୍? ତେବେ ଆସନ୍ତୁ ଜାଣିବା ଏହି ବିଷୟରେ
ଯେତେବେଳେ ଜ୍ୱର ୧୦୧ ଡିଗ୍ରୀରୁ ଅଧିକ ବଢିଯାଇଥାଏ ସେତେବେଳେ ସ୍ଥିତି ଗମ୍ଭୀର ହୋଇ ଯାଇଥାଏ । ଏବଂ ପୁଣି ୧୦୩ ଡିଗ୍ରୀକୁ ପହଁଚିବା ବେଳେ ମନରେ ଭୟ ବଢି ଯାଇଥାଏ । ଏହି ସମୟରେ ଡାକ୍ତର ଔଷଧ ଖାଇବାକୁ ଦେଇଥାନ୍ତି, କିନ୍ତୁୁ ବେଳେ ବେଳେ ଔଷଧ ଖାଇବା ପରେ ମଧ୍ୟ ତାପମାନ କମିନଥାଏ । ସେତେବେଳେ ମଥାରେ ପାଣି ପଟି ପକାଇ ଜ୍ୱରକୁ ନିୟନ୍ତ୍ରଣରେ ଆଣିବା ପାଇଁ ଚେଷ୍ଟା କରାଯାଇଥାଏ ।
ଏହି ସମୟରେ ସମ୍ପୂର୍ଣ୍ଣ ଶରୀରରେ ପାଣି ପଟି ପକାଇବା କଥା । ଯଦି ରୋଗୀ ଅଧିକ ଦୁର୍ବଳ ଅନୁଭବ କରୁନଥାନ୍ତି ତେବେ ତାଙ୍କୁ ଥଣ୍ଡା ପାଣିରେ ଗାଧୋଇ ଦେବା ଉଚିତ୍ । ଏଭଳି କରିବା ଦ୍ୱାରା ଶରୀରରୁ ତାପମାନ କମ ହୋଇଥାଏ । ସେଥିପାଇଁ ବରଫ ପାଣି ବ୍ୟବହାର କରିବେ ନାହିଁ ।