ଭୁବନେଶ୍ୱର (ଏଟିିଆର ବ୍ୟୁରୋ): ପ୍ରତ୍ୟେକ ପୁଅ କିମ୍ବା ଝିଅ ହୁଅନ୍ତୁ, ସାତ ଜନ୍ମର ସାଥୀ କରିବା ପାଇଁ ସେମାନେ ସର୍ବଦା ଗୋଟେ ଭଲ ଜୀବନସାଥୀ ଟିଏ ଖୋଜିଥାନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ ଜୀବନରେ ଅନେକ ପ୍ରଭାବ ପଡିଥାଏ । ମଣିଷକୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେହିଭଳି ବିବାହ କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖା ଦେଇଥାଏ । ଯଦି ଗୋଟେ ଝିଅ ଭଲ ପୁଅକୁ ବିବାହ ନକରେ ତାହାଦ୍ୱାରା ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଠିକ୍ ସେହିଭଳି ପୁଅମାନଙ୍କ କ୍ଷେତ୍ରରେ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଗୋଟେ ଭଲ ଜୀବନ ସାଥୀଙ୍କ ସହ ବିବାହ କରିବେ ।
– ବାସ୍ତୁ ଏବଂ ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ ଯଦି କୌଣସି ଝିଅ ବା ପୁଅ ବିବାହ କରିବାକୁ ଚାହୁଁଛନ୍ତି, ତେବେ କଳା ରଙ୍ଗର ବ୍ୟବହାର କମ କରନ୍ତୁ । କାରଣ କଳା ରଙ୍ଗ ହେଉଛି ଶନି, ରାହୁ ଏବଂ କେତୁଙ୍କ ସଂକେତ ହୋଇଥାଏ । ଏହା ଦ୍ୱାରା ବିବାହ ବନ୍ଧନରେ ବଧା ସୃଷ୍ଟି ହୋଇଥାଏ ।
– ଶୋଇବା ଘରର ଦୁଆର ପାଖା ପାଖି ଖଟରେ ପୁଅ ବା ଝିଅ ଶୁଅନ୍ତୁ । ଏହାଦ୍ୱାରା ନିଦ ଭଲ ହେବ ଏବଂ ଶୀଘ୍ର ବିବାହ ହେବ ।
– ଶୋଇଲା ବେଳେ ସବୁବେଳେ ଧ୍ୟାନ ରଖିଥିବେ ଯେ ମୁଣ୍ଡ ଉତ୍ତର କୋଣ ଆଡକୁ ଏବଂ ଗୋଡ ଦକ୍ଷିଣ କୋଣ ଆଡକୁ ରହିବା ଉଚିତ୍ ।
– ଯଦି ଆପଣଙ୍କ ମନ ପସନ୍ଦର ଜୀବନ ସାଥୀଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଶୋଇବା ଘରେ କେବଳ ଗୋଟେ ମାତ୍ର ଦୁଆର ରହିବା ଉଚିତ୍ ।
– ବିିବାହ ପାଇଁ ଆଗ୍ରହ ଥିବା ବ୍ୟକ୍ତି ଜାଣି ରଖନ୍ତୁ ଯେ ଶୋଇବା ଘରର ରଙ୍ଗ ଯେପରି ଗାଢା ନହୁଏ ।