ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଖରାଦିନେ ଆପଣଙ୍କ ଶରୀରରେ ପାଣିର ମାତ୍ରା ବଢାଇବାରେ ସାହାର୍ଯ୍ୟ କରିଥାଏ ତରଭୁଜ । ଏହା ସହିତ ଶରୀରକୁ ଅନେକ ପୋଷକ ତତ୍ତ୍ୱ ମଧ୍ୟ ଦେଇଥାଏ । ତରଭୁଜରେ କ୍ୟାଲୋରୀ କମ ଏବଂ ଫାଇବର ଅଧିକ ମାତ୍ରାରେ ଥାଏ । ସେଥିପାଇଁ ଏହା ଶରୀରରୁ ଡିଟକ୍ସିଫାଇ କରିଥାଏ । ଏହା ବ୍ୟତୀତ ତରଭୁଜରେ ଭିଟାମିନ ଏ, ଆୟରନ୍, କ୍ୟାଲସିୟମ ଏବଂ ଲାଇକୋପିନ ଥାଏ ଯାହା ଆପଣଙ୍କ ଶରୀର ଏବଂ କେଶକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ ।
ପ୍ରକୃତରେ ତରଭୁଜରେ ପାଣିର ମାତ୍ରା ୯୨ ପ୍ରତିଶତ ଥାଏ । ଯେଉଁଥି ପାଇଁ ଶରୀରରେ ପାଣିର ମାତ୍ରା ଅଧିକ ହେବା ସହ ପେଟ ଫୁଲ ହୋଇଯାଇଥାଏ । ଓଜନ ହ୍ରାସ କରିବା ପାଇଁ ମଧ୍ୟ ତରଭୁଜ ବ୍ୟବହାର କରାଯାଇଥାଏ । ତରଭୁଜ ଖାଇବାର ସଠିକ୍ ସମୟ ହେଉଛି ଦ୍ୱିପ୍ରହର ୧୨ରୁ ୧ ।
ଖରାଦିନେ ନିୟମିତ ତରଭୁଜ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ଜଳୀୟ ଅଂଶ ଠିକ୍ ରୁହେ ।