ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାରୁ ରକ୍ଷା ପାଇବା ପାଇଁ ବାରମ୍ବାର ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି । କିନ୍ତୁ ଆପଣମାନେ ଜାଣିଛନ୍ତି କି ମାସ୍କ ପିନ୍ଧିବା ସମୟରେ ବି କିଛି ସାବଧାନତା ଅବଲମ୍ବନ କରିବା ଉଚିତ୍ । ନଚେତ୍ ଅନ୍ୟ ଶାରିରୀକ ସମସ୍ୟା ସୃଷ୍ଟି ହୋଇପାରେ । କୌଣସି ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ ନୁହେଁ । ଯଦି କୌଣସି ସୁସ୍ଥ ବ୍ୟକ୍ତି କୌଣସି ଅସୁସ୍ଥ ବ୍ୟକ୍ତିଙ୍କ ଦେଖାରଖା କରୁଛନ୍ତି ତେବେ ସେହି ସମୟରେ ମାସ୍କ ପିନ୍ଧିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଅଯଥାରେ ଅଧିକ ସମୟ ମାସ୍କ ମୁହଁରେ ଲଗେଇବା ଦ୍ୱାରା କି କ୍ଷତି ହୋଇଥାଏ ।
ଯଦି କୌଣସି ବି ମାସ୍କ ସକାଳେ ଦୌଡିବା ସମୟରେ ମୁହଁରେ ଲଗାଉଛନ୍ତି ତେବେ ଏଭଳି କରିବା ଉଚିତ୍ ନୁହେଁ, କାରଣ ଦୌଡିବା ସମୟରେ ଅଧିକମାତ୍ରାରେ ଅକ୍ସିଜେନ୍ ର ଆବଶ୍ୟକତା ପଡିଥାଏ । ଏହାବ୍ୟବତିତ ଏନ୯୫ ମାସ୍କ କେବଳ ହେଲ୍ଥ ୱାକର୍ସଙ୍କ ପାଇଁ ଜରୁରୀ । ଅନ୍ୟ ଲୋକମାନେ ଘରେ ତିଆରି ମାସ୍କ ବ୍ୟବହାର କରି ପାରିବେ । ଏଭଳି ମାସ୍କ ପିନ୍ଧିବା ଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହୋଇନଥାଏ । ଏହାସହିତ ଅଧିକ ସମୟ ମୁହଁରେ ମାସ୍କ ବ୍ୟବହାର କରିବା ଉଚିତ୍ ନୁହେଁ । ସେଥିପାଇଁ ସମସ୍ତ କାମ ଏକାସାଥୀରେ କରିବା ପାଇଁ ବାହାରକୁ ବାହାରନ୍ତୁ ନଚେତ୍ ପ୍ରତ୍ୟେକ ଛୋଟ ଛୋଟ କାମ ପାଇଁ ବାରମ୍ବାର ବାହାରକୁ ବାହାରନ୍ତୁ ନାହିଁ ।
ମଣିଷ ନିଶ୍ୱାସ ଜରିଆରେ ଅକ୍ସିଜେନ୍ ଗ୍ରହଣ କରିଥାଏ ଏବଂ କାର୍ବନ ଡାଇଅକ୍ସାଇଡ ଗ୍ୟାସ ଛାଡିଥାଏ । କିନ୍ତୁ ମାସ୍କ ପିନ୍ଧିବା ଦ୍ୱାରା କାର୍ବନ ଡାଇଅକ୍ସାଇଡ ମାସ୍କରୁ ଧୀରେ ଧୀରେ ବାହାରକୁ ବାହାରିଥାଏ । ସେହିପରି ମାସ୍କ ଯୋଗୁଁ ଅକ୍ସିଜେନ୍ ଶରୀରକୁ କମ ମାତ୍ରାରେ ପହଁଚିଥାଏ । ଯାହାଫଳରେ ଶରୀରରେ କାର୍ବନ ଡାଇଅକ୍ନାଇଡର ମାତ୍ରା ଅଧିକ ହୋଇଯାଏ ଏବଂ ଅକ୍ସିଜେନ୍ ର ମାତ୍ରା କମିଯାଏ । ଯେଉଁଥି ପାଇଁ ବ୍ୟକ୍ତିଙ୍କର ମୁଣ୍ଡ ବୁଲାଇବା ସହ ନିଶ୍ୱାସ ନେବାରେ ସମସ୍ୟା ଉପୁଜିପାରେ । ସେଥିପାଇଁ ଅଧିକ ସମୟ ମୁହଁରେ ମାସ୍କ ଲଗେଇବା ଉଚିତ୍ ନୁହେଁ ।
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାର କହିବାନୁଯାୟୀ, ଅଧିକ ସମୟ ପର୍ଯ୍ୟନ୍ତ ମାସ୍କ ଲଗେଇବା ଦ୍ୱାରା ଶରୀରକୁ ଅନେକ କ୍ଷତି ପହଁଚିପାରେ । ସେଥିପାଇଁ ଯେତେବେଳେ ଆପଣ ଆବଶ୍ୟକ ପଡିଲେ ବାହାରକୁ ଯାଉଛନ୍ତି ସେହି ସମୟରେ ମାସ୍କ ବ୍ୟବହାର କରନ୍ତୁ ।