ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବର୍ତ୍ତମାନ ସମୟରେ ମଧୁମେହ ରୋଗ ଏକ ସାଧାରଣ ସମସ୍ୟା । ଅନେକ ବ୍ୟକ୍ତି ଏହି ରୋଗର ଶିକାର ହେଉଛନ୍ତି । ଏହି ସମସ୍ୟାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରକ୍ତରେ ସୁଗାର ମାତ୍ରା ବଢି ଯାଇଥାଏ । ଯେଉଁଥିପାଇଁ ରୋଗୀଙ୍କୁ ବାରମ୍ବାର ଟଏଲେଟ ଲାଗିବା, ଭୋକ-ଶୋଷ ଅଧିକ ଲାଗିବା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।
ମଧୁମେହ ହେତୁ ଶରୀରରେ ପର୍ୟ୍ୟାପ୍ତ ପରିମାଣର ଇନସୁଲିନ୍ ଉତ୍ପନ୍ନ ହୁଏ ନାହିଁ ଏବଂ ଯଦି ଏହି ଅବସ୍ଥା ଦୀର୍ଘ ସମୟ ଧରି ରହିଥାଏ, ତେବେ ରୋଗୀ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୁଅନ୍ତି। ଏଭଳି ସ୍ଥିତିରେ ରୋଗୀ ଭାବି ଚିନ୍ତି ଖାଦ୍ୟ ଖାଇବା ଉଚିତ୍ ଅର୍ଥାତ ଖାଇବା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ନଚେତ୍ ରୋଗୀଙ୍କ ସୁଗାର ମାତ୍ରା ଅଧିକ ହେବା ସହ ଜୀବନ ମଧ୍ୟ ଯାଇପାରେ । ତେବେ ଆଜି ଆସନ୍ତୁ ଜାଣିବା ମଧୁମେହ ରୋଗୀଙ୍କୁ କେଉଁ ଫଳ ଏବଂ ପରିବା ଖାଇବା ଉଚିତ୍ ଏବଂ କେଉଁଠା ଉଚିତ୍ ନୁହେଁ ।
– କଦଳୀରେ ଭଲ ପରିମାଣର କାର୍ବୋହାଇଡ୍ରେଟ୍ ଥାଏ, ତେଣୁ ମଧୁମେହ ରୋଗୀ ଗୋଟେ ଥର ମାତ୍ର ଅଧା କଦଳୀ ଖାଇବା ଉଚିତ୍ ।
– ମଧୁମେହ ରୋଗୀ ପ୍ରତିଦିନ ଗୋଟିଏ କିମ୍ବା ଅଧା ସେଓ ଖାଇବା ଉଚିତ୍ । ସେଓରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି । ଯାହା କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ ଏବଂ ହଜମକୁ ଭଲ ରଖେ ।
– ମଧୁମେହ ରୋଗୀଙ୍କ ପାଇଁ ପିଜୁଳି ଅତ୍ୟନ୍ତ ଲାଭଦାୟକ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଡାଏଟାରୀ ଫାଇବର ଥାଏ ।ଏହା ମଧ୍ୟ କମ୍ ମିଠା ।
– ଏହା ବ୍ୟତୀତ ମଧୁମେହ ରୋଗୀଙ୍କ ପାଇଁ ନାସପାତି, ଜାମୁକୋଳି ମଧ୍ୟ ଭଲ । ଏଥିରେ ଭଲ ପରିମାଣର ଭିଟାମିନ୍ ଏବଂ ଡାଏଟାରୀ ଫାଇବର ଥାଏ ଯାହା ରକ୍ତରେ ଶର୍କରା ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
– ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ କଲରା । ଏଥିରେ ଉଚ୍ଚ ଫାଇଟୋକେମିକାଲ୍ ରଅଛି ଯାହା ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ।
– ଭେଣ୍ଡିରେ ମାଇରିସିଟିନ ଉପାଦାନ ଥାଏ ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ।
– ଅଙ୍ଗୁର ଏବଂ ଚେରିରେ କାର୍ବୋହାଇଡ୍ରେଟ୍ ଥାଏ, ତେଣୁ ସେଗୁଡିକ ଅଧିକ ଖାଇବା ଉଚିତ୍ ନୁହେଁ ।
– ପାଚିଲା ସପୁରୀରେ ଚିନି ଅଧିକ ରହିଥାଏ, ତେଣୁ ଏହି ଫଳ ମଧ୍ୟ ଖାଇବା ଉଚିତ୍ ନୁହେଁ ।
– ଗୋଟେ ପାଚିଲା ଆମ୍ବରେ ପ୍ରାୟ ୨୫-୩୦ ଗ୍ରାମ କାର୍ବୋହାଇଡ୍ରେଟ୍ ଥାଏ, ଯାହା ରକ୍ତରେ ଚିନି ସ୍ତର କୁ ବଢାଇ ଦେଇଥାଏ । ତେଣୁ ଆମ୍ବ ଖାଇବା ଠାରୁ ଦୂରେଇ ରୁହନ୍ତୁ ।
– – ଆଳୁ, କଖାରୁ, ବିଲାତି ବାଇଗଣ ଏବଂ ମକା ପରି ଷ୍ଟାର୍କି ଏବଂ କାର୍ବୋହାଇଡ୍ରେଟ୍ ସମୃଦ୍ଧ ପନିପରିବା ଠାରୁ ଦୂରେଇ ରୁହନ୍ତୁ ।