ପୁରୀ (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ମହାପ୍ରଭୁଙ୍କ ବଡ ଯାତ୍ରା ତଥା ରଥଯାତ୍ରା । ଏନେଇ ଶ୍ରୀକ୍ଷେତ୍ରରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଚଳଚଞ୍ଚଳ ରଥଖଳା । କୋଭିଡ କଟକଣା ମଧ୍ୟରେ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଏହାରି ମଧ୍ୟରେ ତିିନି ରଥ ନିମନ୍ତେ ଆବଶ୍ୟକ ଥିବା ଦଉଡି ଆଜି ଆସି ଶ୍ରୀକ୍ଷେତ୍ର ପୁରୀରେ ପହଁଚିଛି । ରାଜ୍ୟ କତା ନିଗରୁ ଏହି ୨୦ଟି ରଥ ଦଉଡି ଆସିଛି ।
ସେପଟେ ଆସନ୍ତାକାଲି ଶ୍ରୀକ୍ଷେତ୍ର ଭଉଁରୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ନରେନ୍ଦ୍ର ପୁଷ୍କରଣୀ ଏବଂ ରଥଖଳା ଚାରିପଟେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।