ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମର ପ୍ରତ୍ୟେକ ରୀତି ନୀତି ଏବଂ ପରମ୍ପରାର ଏକ ବିଶେଷ ମହତ୍ୱ ରହିଛି । ଏହାସହିତ ଏହି ରୀତି ନୀତି ମଧ୍ୟରୁ କିଛି ଏଭଳି ରୀତି ନୀତି ରହିଛି ଯାହାର ବୈଜ୍ଞାନିକ କାରଣ ରହିଛି । ବୈଜ୍ଞାନିକ ଆଧାରରେ ଏହା ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି ।
ହାତଯୋଡି ନମସ୍କାର ହେବା: ହିନ୍ଦୁ ଧର୍ମରେ ହାତଯୋଡି ନମସ୍କାର ହେବା ଏକ ପ୍ରାଚୀନ ପରମ୍ପରା ଏବଂ ସଭ୍ୟତା । ହାତଯୋଡି କାହାରିକୁ ସମ୍ମାନ ଦେବା ଦ୍ୱାରା ଶାରିରୀକ ଲାଭ ହୋଇଥାଏ । ବୈଜ୍ଞାନିକ ଅନୁଯାୟୀ ଯେତେବେଳେ ଆପଣ ଦୁଇଟି ହାତ ଯୋଡୁଛନ୍ତି ସେହି ସମୟରେ ପାପୁଲି ଏବଂ ଅଙ୍ଗୁଳିର ସେହି ବିନ୍ଦୁରେ ଚାପ ପଡିଥାଏ, ଯାହା ଆଖି, କାନ, ନାକ ଏବଂ ହୃଦୟକୁ ସିଧାସଳକ ଜଡିତ ହୋଇଥାଏ । ଏଭଳି ଚାପକୁ ଆକ୍ୱାପ୍ରେସର ଚିକିତ୍ସା ବି କୁହାଯାଏ ।
ଗୋଡରେ ମୁଦି ପିନ୍ଧିବା: ଆମ ଦେଶରେ ଗୋଡ ଅଙ୍ଗୁଳିରେ ମୁଦି ପିନ୍ଧିବାର ପରମ୍ପରା ରହିଛି । ଯାହାକୁ ସାଂସ୍କୃତିକ ପରମ୍ପରା କୁହାଯାଇଥାଏ, କିନ୍ତୁ ଏହାର ବୈଜ୍ଞାନିକ ମହତ୍ୱ ରହିଛି । ପାଦର ବୁଢା ଅଙ୍ଗୁଳିର ପାଖ ଅଙ୍ଗୁଳିରେ ମହିଳାମାନେ ମୁଦି ପିନ୍ଧିଥାନ୍ତି । ଏହି ଅଙ୍ଗୁଳିର ଶୀରା ମହିଳାଙ୍କ ଗର୍ଭାଶୟଏବଂ ହାର୍ଟ ସହ ସମ୍ବନ୍ଧୀୟ ହୋଇଥାଏ । ସେଥିପାଇଁ ଏହି ଅଙ୍ଗୁଳିରେ ମୁଦି ପିନ୍ଧିବା ଦ୍ୱାରା ଏଥି ସମ୍ବନ୍ଧୀୟ ରୋଗ ହେବାର ବିପଦ କମ୍ ହୋଇଥାଏ । ଏହାସହିତ ଚାନ୍ଦୀ ମୁଦି ପିନ୍ଧିବା ଦ୍ୱାରା ଶରୀର ଶକ୍ତିଶାଳୀ ରହିଥାଏ ।
ମଥାରେ ତିଳକ ଲଗାଇବା: ମଥାର ମଧ୍ୟ ଭାଗରେ ତିଳକ ଲଗାଇବା ଦ୍ୱାରା ସେହି ବିନ୍ଦୁ ଉପରେ ପ୍ରଭାବ ପଡିଥାଏ, ଯାହା ତାନ୍ତ୍ରିକ ତନ୍ତ୍ରର ସବୁଠାରୁ ଖାସ୍ ଅଂଶ । ତିଳକ ଲଗାଇବା ଦ୍ୱାରା ଶରୀରରେ ନୂତନ ଶକ୍ତିର ସଂଚାଳନ ହୋଇଥାଏ ।
ମନ୍ଦିରରେ ଘଣ୍ଟି ବଜାଇବା ଶବ୍ଧ: କାନରେ ଘଣ୍ଟି ଶବ୍ଧ ଶୁଭିବା ମାତ୍ରେ ହିଁ ଆଧ୍ୟାତ୍ମିକ ଅନୁଭୂତି ହୋଇଥାଏ । ଏହାସହିତ ମନ ଶାନ୍ତି ଅନୁଭବ ହୁଏ । ଶାସ୍ତ୍ରାନୁଯାୟୀ ଘଣ୍ଟି ଶବ୍ଧ ଖରାପ ଆତ୍ମା ଏବଂ ନକରାତ୍ମକ ଶକ୍ତିକୁ ଦୂର କରେ । ଭଗବାନଙ୍କ ଅତି ପ୍ରିୟ ହେଉଛି ଘଣ୍ଟି ଶବ୍ଧ ।
ମେହେନ୍ଦୀ ଲଗାଇବା: ଔଷଧୀୟ ଗୁଣ ଯୁକ୍ତ ପ୍ରାକୃତିକ ଜଡି ବୁଟି ହେଉଛି ମେହେନ୍ଦୀ । ମେହେନ୍ଦୀର ବାସ୍ନାରେ ଚିନ୍ତାମୁକ୍ତ ହେବାର ସହାୟକ ହୋଇଥାଏ । ସେଥିପାଇଁ ବିବାହ ଏବଂ ଅନ୍ୟ ଶୁଭ କାର୍ଯ୍ୟକ୍ରମରେ ମେହେନ୍ଦୀ ଲଗାଇବାର ପରମ୍ପରା ରହିଛି ।
ଚଟାଣରେ ବସି ଭୋଜନ କରିବା: ପ୍ରଥମରୁ ଭାରତୀୟ ପରମ୍ପରାରେ ଚଟାଣରେ ବସି ଭୋଜନ କରିବାର ବିଧି ରହିଛି । ଏହାର ବୈଜ୍ଞାନିକ କାରଣ ହେଉଛି ଯେତେବେଳେ ଆପଣ ଚଟାଣରେ ବସୁଛନ୍ତି , ସେହି ଅବସ୍ଥାକୁ ଚକାସନ ବା ଅର୍ଦ୍ଧପଦ୍ମାସନ ବୋଲି କୁହାଯାଏ । ଏଭଳି ବସିବା ଦ୍ୱାରା ମସ୍ତିସ୍କର ସେହି ଧମନିକୁ ସକରାତ୍ମକ ସନ୍ଦେଶ ମିଳିଥାଏ । ଯାହା ପାତନ ତନ୍ତ୍ର ସହ ଜଡିତ ।
ସୂର୍ଯ୍ୟ ନମସ୍କାର: ଭାରତୀୟ ପରମ୍ପରା ଅନୁଯାୟୀ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଦେଇ ନମସ୍କାର କରାଯାଏ । ଅର୍ଘ୍ୟ ଦିଆଯାଉଥିବା ସେହି ଜଳରେ ସୂର୍ଯ୍ୟ କିରଣ ପଡି ତାହା ଆଖିରେ ପଡିବା ଦ୍ୱାରା ଆଖି ରୋଗ ହୋଇନଥାଏ ।
ପାଦ ସ୍ପର୍ଶ କରିବା: ପାଦ ଛୁଇଁବା ବା ଚରଣ ସ୍ପର୍ଶ କରିବା ଏକ ପ୍ରକାରର ସମ୍ମାନ । ଯେତେବେଳେ ଆପଣ ନଇଁକି ପ୍ରଣାମ କରିଥାନ୍ତି ସେତେବେଳେ ଶରୀରରୁ ନକରାତ୍ମ ଶକ୍ତି ଦୂର ହୋଇଥାଏ ।