ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ଲାଡର କ୍ୟାନ୍ସରରେ ବର୍ଷକୁ ଚାରି ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଏକ ରିପୋର୍ଟ ଅନୁସାରେ ୨୦୨୦ ମସିହାରେ ପାଖାପାଖି ୧୮ ହଜାର ଭାରତୀୟ ବ୍ଲାଡର କ୍ୟାନ୍ସରର ଶିକାର ହୋଇଥିଲେ ଏବଂ ଏଥିରେ ୧.୩ ଲୋକଙ୍କ ଜୀବନ ଯାଇଛି । ଠିକ୍ ସମୟରେ ଏହି ରୋଗର ଚିକିତ୍ସା ନହେଲେ ଏହା ମୃତ୍ୟୁର କାରଣ ହୋଇପାରେ । ଏହି କ୍ୟାନ୍ସର ସେବେ ଆରମ୍ଭ ହୋଇଥାଏ ଯେବେ ମୂତ୍ରାଶୟର କଣିକା ଅସାଧାରଣ ରୂପେ ଏବଂ ନିୟନ୍ତ୍ରଣରୁ ବାହାର ହୋଇଥାଏ ।
ଦ୍ରୁତ ବେଗରେ କଣିକା ଗୁଡିକ ବଢିଥାଏ ଏବଂ ମୂତ୍ରାଶୟର ମାଂସପେଶୀକୁ କ୍ୟାନ୍ସର ଚାଲିଯାଏ । ଏହାପରେ ଏହା ଶରୀରର ବିିଭିନ୍ନ ଅଂଶକୁ ଖେଳିଯାଏ ।
ବ୍ଲାଡ କ୍ୟାନ୍ସର ତିନି ପ୍ରକାରର । ଯଥା ୟୁରୋଟେଲିୟଲ କାର୍ସିନୋମା, ସ୍କ୍ୱାମସ ସେଲ କାର୍ସିନୋମା, ଏଡିନୋକାର୍ସିନୋମା ।
ସାଧାରଣତଃ ଏହି କ୍ୟାନ୍ସରର ଲକ୍ଷଣ ହେଉଛି ପରିଶ୍ରା ରେ ରକ୍ତ ପଡିବା । ବାରମ୍ବାର ପରିଶ୍ରା ଯିବା ଏବଂ ଯନ୍ତ୍ରଣା ଅନୁଭବ ହେବ । ଏହାସହିତ ପେଟ ଏବଂ ଅଣ୍ଟାର ତଳ ଭାଗରେ ଯନ୍ତ୍ରଣା ହେବା ।
ମହିଳାଙ୍କ ଅପେକ୍ଷା ପୁରୁଷଙ୍କ କ୍ଷେତ୍ରରେ ଏହି କ୍ୟାନ୍ସର ଅଧିକ ଦେଖାଯାଇଥାଏ । ଏହାର ଅନେକ କାରଣ ହୋଇପାରେ ।
ଏହି ରୋଗରୁ ରକ୍ଷା ପାଇବା ପାଇଁ ଅତ୍ୟଧିକ ମାତ୍ରାରେ ପାଣି ପିଅନ୍ତୁ । ଏହାଦ୍ୱାରା ଶରୀରର ବିଶାକ୍ତ ତତ୍ୱ ପରିଶ୍ରା ଦ୍ୱାର ଦେଇ ବାହାରକୁ ବାହାରି ଯିବ । ସେହିପରି ଖାଦ୍ୟରେ ବିଭିନ୍ନ ପ୍ରକାରର ପନି ପରିବା ଏବଂ ଫଳ ସାମିଲ କରନ୍ତୁ ।