ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ଦେଖିଥିବେ ବହୁତ ଜ୍ୟୋତିଷ ଲୋକମାନଙ୍କର ମଥା ଦେଖି ଭବିଷ୍ୟବାଣୀ କରିଥାନ୍ତି । ସମୁଦ୍ର ଶାସ୍ତ୍ର ଅନୁଯାୟୀ ଏହା କୌଣସି ଚମତ୍କାର କଥା ନୁହେଁ, ବରଂ ଆପଣମାନେ ମଧ୍ୟ ଏ ବିଷୟରେ ଜାଣି ପାରିବେ । ବ୍ୟକ୍ତିଙ୍କ ମଥାରେ ତାଙ୍କ ଜୀବନ ସହ ଜଡିତ ସମସ୍ତ କଥା ଲେଖା ହୋଇଥାଏ । କେବଳ ଆପଣଙ୍କୁ ପଢ଼ିବା ଦରକାର । ତେବେ ଆସନ୍ତୁ ଜାଣିବା ଆପଣଙ୍କ ମଥାରେ କ’ଣ ଲେଖା ହୋଇଛି?
ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକେୟଙ୍କ ଦ୍ୱାରା ଲେଖା ହୋଇଥିବା ସମୁଦ୍ର ଶାସ୍ତ୍ରରେ କୁହାଯାଇଛି ଯେ,ମଥାକୁ ଦେଖି ଜାଣିପାରିବେ ଯେ କିଏ ଧନୀ, ଜ୍ଞାନୀ ଏବଂ ଗରିବ ।
– ଯେଉଁ ବ୍ୟକ୍ତିଙ୍କ ମଥା ବଡ ଥାଏ ସେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହି ବ୍ୟକ୍ତି ଖୁବ୍ ଜ୍ଞାନୀ ହୋଇଥାନ୍ତି ।
– ଯେଉଁ ବ୍ୟକ୍ତିଙ୍କ ମଥା ଉପରକୁ ଉଠିକି ରହିଥାଏ । ସେହି ବ୍ୟକ୍ତି ଲୋଭ ପ୍ରବୃତିର ହୋଇଥାନ୍ତି । ଏବଂ ସେମାନଙ୍କର ଧନ ପ୍ରାପ୍ତି ପାଇଁ ପ୍ରବଳ ଇଚ୍ଛା ଥାଏ । ଅନ୍ୟ ଲୋକଙ୍କର ଧନ ଦେଖି ଏମାନେ ଲୋଭେଇ ଯାଇଥାନ୍ତି ।
– ଯେଉଁ ବ୍ୟକ୍ତିଙ୍କର ମଥା ସର୍ବଦା ଚମକୁଥାଏ, ସେହି ବ୍ୟକ୍ତି ପ୍ରଭାବଶାଳୀ ଏବଂ ଗୁଣବାନ ହୋଇଥାନ୍ତି । ଏହି ବ୍ୟକ୍ତି ତାଙ୍କର ପ୍ରତିଭା ଏବଂ ଜ୍ଞାନ ଦ୍ୱାରା ଧନ ଅର୍ଜ୍ଜନ କରିଥାନ୍ତି ।
– ମଥାରେ ଥିବା ରେଖା ଗୁଡିକ ଯେଉଁ ବ୍ୟକ୍ତିଙ୍କର ଗାଢ଼ା ଥାଏ,ସେହି ବ୍ୟକ୍ତି ଦୀର୍ଘ ସମୟ ବଞ୍ଚିଥାନ୍ତି ।