ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୟସ ବୃଦ୍ଧି ସାଙ୍ଗକୁ କେଶ ପାଚିବା ଏକ ସାଧାରଣ କଥା । କିନ୍ତୁ ଆଜିର ସମୟରେ କମ ବୟସରେ ମଧ୍ୟ କେଶ ପାଚି ଯାଉଥିବାର ଦେଖିବାକୁ ମିଳୁଛି । ଏହା ଏବେ ଏକ ବଡ ସମସ୍ୟା ହୋଇଯାଇଛି । ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ଅନେକ ଉପାୟ ମଧ୍ୟ ଆପଣାଉଛନ୍ତି । କିନ୍ତୁ ଉପଚାର କରିବା ପୂର୍ବରୁ କେଶ ପାଚିବାର କାରଣ ଜାଣିବା ନିହାତି ଜରୁରୀ ।
ଭିଟାମିନ୍ସ ଅଭାବ: ଆଜିକାଲି ଅଧିକାଂଶ ଲୋକଙ୍କ ଶରୀରରେ ଭିଟାମିନ୍ ଡି ର ଅଭାବ ଦେଖାଦେଉଛି । ଏହାର ଅଭାବ ହେବା ଦ୍ୱାରା ହାଡ ଦୁର୍ବଳ ହୋଇଥାଏ ବୋଲି ସମସ୍ତେ ଜାଣିଛେ କିନ୍ତୁ କଣ ଆପଣ ଜାଣିଛନ୍ତି ଏହାର ପ୍ରଭାବରେ କମ ବୟସରେ କେଶ ମଧ୍ୟ ପାଚି ଯାଇଥାଏ । ଆଜ୍ଞା ହଁ ଶରୀରକୁ ଭିଟାମିନ୍ ର ଆବଶ୍ୟକ କେବଳ ସୁସ୍ଥ ଶରୀର ପାଇଁ ନୁହେଁ ବରଂ ସୁସ୍ଥ କେଶ ପାଇଁ ମଧ୍ୟ ହୋଇଥାଏ । ଅନେକ ରିସର୍ଜରୁ ଜାଣିବାକୁ ମିଳିଛି କି,ଯଦି ଆପଣଙ୍କ ଶରୀରରେ ଭିଟାମିନ୍ ବି୬, ବି୧୨, ବାୟୋଟିନ୍, ଭିଟାମିନ୍-ଡି ବା ଭିଟାମିନ୍-ଇ ର ଅଭାବ ରହିଛି । ତେବେ ଆପଣ କମ ବୟସରେ ମଧ୍ୟ ଧଳା କେଶ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ଅନୁବାଂଶିକ କାରଣ: ୨୦୧୩ ମସିହାରେ ପ୍ରକାଶିତ ଜର୍ନାଲ ଅଫ୍ ଡର୍ମେଟୋଲଜି, ନ୍ୟୁରୋଲଜି,ଲେପ୍ରୋଲଜି ଅନୁଯାୟୀ, ଆଜିକାଲି ବହୁତ ଶୀଘ୍ର କେଶ ଧଳା ହୋଇ ଯାଉଛି । ସମୟ ପୂର୍ବରୁ କେଶ ଧଳା ହେବା ପଛରେ ଅନୁବାଂଶିକ କାରଣ ମଧ୍ୟ ହୋଇପାରେ ।
ଚିନ୍ତାଗ୍ରସ୍ତ ରହିବା: କେଶ ପାଚିବାର ସବୁଠାରୁ ବଡ କାରଣ ହେଉଛି ଚିନ୍ତାଗ୍ରସ୍ତ । ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଲୋକେ ଅନେକ ଚିନ୍ତାରେ ରହିଥାନ୍ତି । ଏହାର ପ୍ରଭାବ ବ୍ରେନ ସେଲ୍ସ ଉପରେ ପଡିଥାଏ । ସେଥିପାଇଁ କମ ବୟସରେ କେଶ ପାଚି ଯାଇଥାଏ । ଏହାବ୍ୟତିତ ନିଦ କମ ହେବା ଦ୍ୱାରା ମଧ୍ୟ କେଶ ଉପରେ ପ୍ରଭାବ ପଡି କେଶ ପାଚିବା ଆରମ୍ଭ ହୋଇଥାଏ । ସେଥିପାଇଁ ଠିକ୍ ସମୟରେ ଶୋଇବା ଉଚିତ୍ ।
କେଶରେ ତେଲ ନଲଗେଇବା: ଆଜିକାଲି ଅଧିକାଂଶ ଝିଅ କେଶରେ ବିଲକୁଲ ତେଲ ଲଗାଉ ନାହାନ୍ତି । କିନ୍ତୁ କେଶରେ ତେଲ ଲଗାଇବା ନିହାତି ଜରୁରୀ । ଅତିକମରେ ସପ୍ତାହକୁ ଗୋଟେଥର କେଶରେ ତେଲ ମସାଜ କରିବା ଜରୁରୀ । ଏହାଦ୍ୱାରା କେଶ ବଢିବା ସହିତ ଧଳା ମଧ୍ୟ ହେବ ନାହିଁ ।
ଆବଶ୍ୟକତାଠୁ ଅଧିକ ଶ୍ୟାମ୍ପୁ ବ୍ୟବହାର: ଆବଶ୍ୟକତାଠୁ ଅଧିକ କେମିକାଲ ଯୁକ୍ତ ଶ୍ୟାମ୍ପୁ କେଶରେ ବ୍ୟବହାର କରିବା ଦ୍ୱାରା ଏହାର ପ୍ରଭାବ କେଶ ଉପରେ ପଡି କେଶ ପାଚିବା ଆରମ୍ଭ ହୋଇଥାଏ ।