ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ପ୍ରାୟତଃ ଦେଖିଥିବେ ଯେ ବିବାହର କିଛି ଦିନ ପରେ ପତୀ-ପତ୍ନୀ ଦୁହେଁ ଏକା ଭଳି ଦେଖା ଯାଇଥାନ୍ତି । ଏହାକୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ ନିଶ୍ଚିତ ରୂପେ । ତେବେ ଆସନ୍ତୁ ଜାଣିବା ଏହାର କାରଣ କଣ ହୋଇପାରେ ।
ନିକଟରେ ହୋଇଥିବା ଏକ ଗବେଷଣାରେ , କିଛି ଦମ୍ପତିଙ୍କର ବିବାହର ସମୟର ଫଟୋ ଏବଂ ୨୫ ବର୍ଷ ପରର ଫଟୋ ନିଆଯାଇଥିଲା । ଯେଉଁର୍ଥିରେ ଏକ ହୃଦୟ ସ୍ପର୍ଶୀ କଥା ସମ୍ନାକୁ ଆସିଛି । ଆଜ୍ଞା ହଁ ସେଥିରେ କିଛି ଏଭଳି ଦମ୍ପତି ଥିଲେ ଯେଉଁମାନଙ୍କ ମଧ୍ୟରେ ଖୁବ୍ ସାମଞ୍ଜ୍ୟସତା ଦେଖିବାକୁ ମିଳିଥିଲା । ଏହାପରେ ବୈଜ୍ଞାନିକମାନେ ସେହି ଦମ୍ପତିଙ୍କ ସହ ବାର୍ତ୍ତଳାପ କରିଥିଲେ ।
ବୈଜ୍ଞାନିକଙ୍କ କହିବାନୁଯାୟୀ, ବୈବାହିକ ଜୀବନରେ ଦମ୍ପତି ସର୍ବଦା ଖୁସି ରହିବା ଏବଂ ହସିବା ଦ୍ୱାରା ତାଙ୍କ ଜୀବନରେ ଭଲ ପ୍ରଭାବ ପଡିଥାଏ । ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଏକାଠି ରହିବା ଦ୍ୱାରା ଦମ୍ପତି ପ୍ରାୟତଃ ଏକାଭଳି ନଜର ଆସନ୍ତି । କାରଣ ହୁହେଁ ଦୁହିଁଙ୍କର ହାବ ଭାବକୁ ଖୁବ୍ ପାଖରୁ ଜାଣିଥାନ୍ତି । ତାଙ୍କ ଜୀବନସାଥୀ ଖୁସି ରହିବା ଦ୍ୱାରା ସେ ବି ଖୁସି ରହିଥାନ୍ତି । ଏକା ସାଥୀରେ ହସନ୍ତି, କାନ୍ଦନ୍ତି ଏବଂ ଏଭଳି ଅନେକ କିଛି କରିଥାନ୍ତି । ଏହାଦ୍ୱାରା ଦୁହିଁଙ୍କ ଚେହେରା ଏକା ଭଳି ଦେଖା ଯାଇଥାଏ ।