ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଶିତ ଦିନ ଆରମ୍ଭ ହେବା ମାତ୍ରେ ତ୍ୱଚା ଶୁଷ୍କ ହୋଇଯାଇଥାଏ । ଶୁଷ୍କ ତ୍ୱଚା ସମସ୍ୟାର କାରଣ ହୋଇଥାଏ । ଅବଶ୍ୟ ଋତୁ ଅନୁସାରେ ତ୍ୱଚାର ଯତ୍ନ ନେବା ଉଚିତ୍ । ଥଣ୍ଡା ଦିନେ ତ୍ୱଚା ଉପରେ ଅଧିକ ପ୍ରଭାବ ପଡିଥାଏ । ଓଠ ଫାଟିବା, ଓଠର ଚାରିପାଖ ଶୁଖିଯିବା, ତ୍ୱଚାର ରଙ୍ଗର ଲାଲ ହୋଇଯିବା ଆଦି ସମସ୍ୟା ଉପୁଜିଥାଏ ।
ଏହାସହିତ ଶୀତ ଦିନେ ଓଠ ଫାଠିବାର ପ୍ରମୁଖ କାରଣ ହେଉଛି ଅଧିକାଂଶ ସମୟ ଖରାରେ ରହିବା, ବାରମ୍ବାର ସାବୁନରେ ମୁହଁ ଧୋଇବା, ବାରମ୍ବାର ଓଠରେ ଜିଭ ଲଗାଇବା, କେମିକାଲ ଯୁକ୍ତ ଉତ୍ପାଦ ବ୍ୟବହାର କରିବା ଆଦି ।
ଶୀତ ଦିନେ କିଭଳି ରଖିବେ ଓଠର ଯତ୍ନ:-
– ଶୀତଦିନେ ବାରମ୍ବାର ଅତ୍ୟଧିକ ଥଣ୍ଡା ବା ଗରମ ପାଣିରେ ଧୁଅନ୍ତୁ ନାହିଁ
– କେମିକାଲ ଯୁକ୍ତ ଉତ୍ପାଦ ବ୍ୟବହାର କରନ୍ତୁ ନାହିଁ
– ଅତ୍ୟଧିକ ସାବୁନ ବା ଫେସୱାସ ବ୍ୟବହାର କରନ୍ତୁନି
– ତ୍ୱଚାରେ ସଠିକ ଭାବେ ମଶ୍ଚରାଇଜର ଲଗାନ୍ତୁ
– ରାତିରେ ଶୋଇବା ସମୟରେ ଲିପ୍ ବାମ୍ ଲଗାନ୍ତୁ
– ପ୍ରଚୁର ପରିମାଣର ପାଣି ପିଅନ୍ତୁ
– ଖରାକୁ ବାହାରିଲେ ସନସ୍କ୍ରିନ ଲଗାନ୍ତୁ ।