ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବର୍ଷ ଜୁନ୍ ୮ କୁ ୱର୍ଲ୍ଡ ବ୍ରେନ ଟ୍ୟୁମର ଡେ ଭାବେ ପାଳନ କରାଯାଏ । ଏହିଦିନକୁ ପାଳନ କରିବାର ଏକମାତ୍ର ଉଦ୍ଦ୍ୟେଶ ହେଉଛି ବ୍ରେନ ଟ୍ୟୁମର ଭଳି ମାରାତ୍ମକ ରୋଗ ପ୍ରତି ଲୋକଙ୍କ ଜାଗ୍ରତ କରାଇବା ।
ଦୁଇ ହଜାର ମସିହାରେ ପ୍ରଥମେ ବ୍ରେନ ଟ୍ୟୁମର ଡେ ପାଳନ କରାଯାଇଥିଲା, ଯାହାକୁ ଆରମ୍ଭ କରିଥିଲା ଜର୍ମାନର ବ୍ରେନ ଟ୍ୟୁମର ଆସୋସିଏସନ୍ । ପରେ ଏହି ଦିନ ବ୍ରେନ ଟ୍ୟୁମର ରୋଗୀ ଏବଂ ତାଙ୍କ ପରିବାରର ସମ୍ମାନ ପାଇର୍ ସାରା ଦୁନିଆରେ ପାଳନ କରାଗଲା ।
ଶରୀରରେ ଗୁରୁତ୍ୱୂପୂର୍ଣ୍ଣ ଅଙ୍ଗ ହେଉଛି ମସ୍ତିଷ୍କ । ଯାହା ସଠିକ ଭାବେ କାମ କରିବା ନିହାତି ଜରୁରୀ । ଅନେକ ଥର ଅସମାନ୍ୟ ରୂପେ ବ୍ରେନ ସେଲ୍ସ ବଢିଥାଏ ଏବଂ ଏହା ଧୀରେ ଧୀରେ ଜମାଟ ବାନ୍ଧି ଟ୍ୟୁମର ହୋଈଥାଏ । ଏହାକୁ ବ୍ରେନ ଟ୍ୟୁମର ବୋଲି କହିଥାଉ ।
ବ୍ରେନ ଟ୍ୟୁମର ଦୁଇ ପ୍ରକାରର ହୋଇଥାଏ ।
୧- ବିନାଇନ ଟ୍ୟୁମର: ଏହା ଗୋଟେ ସ୍ଥାନରେ ସୀମିତ ରହିଥାଏ । ଏହା ବେଶୀ ମାରାତ୍ମକ ହୋଇନଥାଏ ।
୨- ମ୍ୟାଲିଗ୍ରେଂଟ ଟ୍ୟୁମର: ଏହି ପ୍ରକାରର ଟ୍ୟୁମର ଏକ ପ୍ରକାରର କର୍କଟ ଭଳି ହୋଇଥାଏ । ଠିକ ସମୟରେ ଚିକିତ୍ସ ନକଲେ ଏହା ମସ୍ତିଷ୍କ ସାରା ଖେଳିଥାଏ ।
ଲକ୍ଷଣ: ବ୍ରେନ ଟ୍ୟୁମର ଦ୍ୱାରା ମୁଣ୍ଡ ବ୍ୟଥା ହୋଇଥାଏ । ଏହାସହିତ ବାନ୍ତି ହେବା ସହ ମୁଡ ସ୍ୱିଙ୍ଗ ହୋଇଥାଏ । ବ୍ରେନ ଟ୍ୟୁମର ପାଇଁ ବ୍ୟକ୍ତିଙ୍କ ଶିକ୍ଷିବାର କ୍ଷମତା ପ୍ରଭାବିତ ହୋଇଥାଏ । ଶୁଣିବା ଓ କହିବାରେ ସମସ୍ୟା ଉପୁଜିଥାଏ ।
କାରଣ: ରେଡିଏସନ ଏବଂ କେମିକାଲ୍ସ ଯୋଗୁଁ ମଧ୍ୟ ବ୍ରେନ ଟ୍ୟୁମର ହୋଇଥାଏ । ଏହାସହିତ ବ୍ରେନ ଟ୍ୟୁମର ଖାଦ୍ୟ ଉପରେ ମଧ୍ୟ ନିର୍ଭର କରେ । ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ସେଥିରେ କେତେ ମାତ୍ରାରେ ଫ୍ୟାଟ ରହିଛି । ଆଲକୋହଲ ଏବଂ ସ୍ମୋକିଂ ମଧ୍ୟ ଏହାର କାରଣ ହୋଇଥାଏ । ଏହାବ୍ୟତିତ ବ୍ରେନ ଟ୍ୟୁମର ଜେନେଟିକ ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ପରିବାରର କାହାରିକୁ ବ୍ରେନ ଟ୍ୟୁମର ହୋଇଥିବ ତେବେ ଆପଣ ମଧ୍ୟ ଏହାର ଶିକାର ହୋଇପାରନ୍ତି ।