ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଶରୀରରେ ସବୁଠାରୁ ମହତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ହାର୍ଟ । ଆଜିକାଲିର ବିଶୃଙ୍ଖଳିତ ଖାଦ୍ୟ ପାନୀୟ ,ଖରାପ ବାୟୁ ପ୍ରଦୂଷଣ ଏବଂ ଚିନ୍ତା ଯୋଗୁଁ ମଣିଷ ଖୁବ୍ ଶୀଘ୍ର ହୃଦ୍ ରୋଗର ଶିକାର ହୋଇଥାଏ । ଏହା ବହୁତ ମାରାତ୍ମକ ହୋଇଥାଏ । କାରଣ ଏହି ରୋଗକୁ ଚିକିତ୍ସା କରିବା ପାଇଁ ହାତରେ ସମୟ ନଥାଏ । ଏହାଦ୍ୱାରା ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ଯେପରିକି ହାର୍ଟ ଆର୍ଟକ, ହାର୍ଟ ଫେଲୟୋର, ଏବଂ ହାର୍ଟ ବ୍ଲକ୍ ଇତ୍ୟାଦି । ଯଦି ଆପଣ ଏହି ରୋଗରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ନିୟମିତ ଯୋଗ କରନ୍ତୁ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଯୋଗ ବିଷୟରେ କହିବାକୁ ଯାଉଛୁ, ଯାହା କେବଳ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ କରିବାକୁ ପଡିବ । ଏହାଦ୍ୱାରା ଆପଣଙ୍କର ହାର୍ଟ ମଜବୁତ ରହିବ ଏବଂ କୌଣସି ପ୍ରକାରର ଅସୁବିଧା ଦେଖାଯିବ ନାହିଁ ।
– ସୂର୍ଯ୍ୟ ନମସ୍କାର: ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ସଠିକ୍ ଭାବରେ ହୋଇଥାଏ । ଏହାଦ୍ୱାରା ହୃଦରୋଗର ଭୟ କମ୍ ଥାଏ । ୧୨ଟି ଷ୍ଟେପର ଏହି ଯୋଗାସନ କେବଳ ହାର୍ଟ ନୁହେଁ ବରଂ ଶରୀରର ସମସ୍ତ ଅଙ୍ଗକୁ ପାଇଦା ଦେଇଥାଏ । ଆପଣ ଯେକୌଣସି ମୁଦ୍ରାରେ ସୂର୍ଯ୍ୟ ନମସ୍କାର କରି ପାରିବେ । ଏହାକୁ ନିୟମିତ କରିବା ଦ୍ୱାରା ଶରୀରର ସମସ୍ତ ଅଙ୍ଗ ସୁସ୍ଥ ରହିଥାଏ ।
– ଭୁଞ୍ଜଗାସନ: ଏହି ଯୋଗ କରିବା ଦ୍ୱାରା ହାର୍ଟ ବ୍ୟତୀତ ମେରୁଦଣ୍ଡ ହାଡ,ପେଟ ଏବଂ ବାହୁ କୁ ଖୁବ୍ ଲାଭ ମିଳିଥାଏ ।
– ପଶ୍ଚିମୋତାସନ: ଏହି ଯୋଗ ହାର୍ଟକୁ ସୁସ୍ଥ ରଖିବା ସହିତ ଅନେକ ଅସୁବିଧା ଦୂର କରିଥାଏ ।