ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପାଟିକୁ ପିତା ଲାଗୁଥିବା କଲରା ଅଧିକାଂଶ ଲୋକଙ୍କୁ ଖାଇବାକୁ ପସନ୍ତ ନଥାଏ । ହେଲେ ଏହା ସ୍ୱାସ୍ଥ୍ୟ ପକ୍ଷେ ହୀତକର ବୋଲି ଡାକ୍ତର ମଧ୍ୟ ପରାମର୍ଶ ଦିଅନ୍ତି ।
କଲରା ଆମ ସ୍ୱାସ୍ଥ୍ୟ ପକ୍ଷେ ଉପଯୋଗୀ ଏହା ଆମ ସମସ୍ତଙ୍କୁ ଜଣା ହେଲେ କଲରା ଏମିତି କିଛି ଗୁଣ ରହିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
କଲରା ଯେ କେବଳ ଡାଇବେଟିସ ରୋଗୀଙ୍କ ପାଇଁ ଉପଯୋଗୀ ତାହା ନୁହେଁ କଲରା ଆମ ତ୍ୱଚା ଆଉ କେଶ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । କଲରାରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ଏ ରହିଥାଏ ଯାହା ଆମ ସୁସ୍ଥ ତ୍ୱଚା ପାଇଁ ଅତ୍ୟନ୍ତ ଜରୁରୀ । କଲରା ଖାଇବା ଦ୍ୱାରା ଆମ ସ୍କିନ ଉଜ୍ୱଳ ହେବା ସହିତ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିଥାଏ ।
ନିୟମିତ ଭାବରେ କଲରାର ସେବନ ଦ୍ୱାରା କ୍ୟାନସର ଭଳି ମାରାତ୍ମକ ରୋଗ ହେବାରୁ ରକ୍ଷା କରିଥାଏ । କଲରା ଆମ ଶରୀରରେ ଇମ୍ୟୁନ ସିଷ୍ଟମ କୁ ବଢାଇଥାଏ ଯାହା ଆମକୁ କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
ଓଜନ କମାଇବାରେ କଲରା ଅତ୍ୟନ୍ତ ସହାୟକ ହୋଇଥାଏ । ପ୍ରତିଦିନ କଲରା ଖାଇବା ଦ୍ୱାରା ଶରୀରରୁ ଅନାବଶ୍ୟକ କ୍ୟାଲୋରୀ ହ୍ରାସ ପାଇଥାଏ ଯାହା ଫଳରେ ଶରୀରରୁ ଅନାବଶ୍ୟକ ଫ୍ୟାଟ କମିଥାଏ ।