ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭାରତର ସ୍ୱାଦିଷ୍ଟ ଖାଇବା ସବୁ ଏମିତି କେହି ନଥିବେ ଯାହାକୁ ପସନ୍ଦ ନଥିବ । ଆମ ଦେଶରେ ପ୍ରାୟ ସବୁ ଖାଦ୍ୟ ଟେଷ୍ଟି ହୋଇଥାଏ ।
ସାଧାରଣତଃ ଆମ ଖାଇବା ସବୁ ଚଟପଟା ମସଲା ସହିତ ଟିକେ ଅଧିକ ତେଲ ଯୁକ୍ତ ହୋଇଥାଏ । ଭାରତୀୟ ମାନଙ୍କୁ ମଧ୍ୟ ଘର ଖାଇବା ଅପେକ୍ଷା ଷ୍ଟ୍ରିଟ୍ ଫୁଡ୍ ଅଧିକ ପସନ୍ଦ ହୋଇଥାଏ । ଆଉ ଏହି ଷ୍ଟ୍ରିଟ ଫୁଡ ଗୁଡିକ ଯେତିକି ଟେଷ୍ଟି ହୋଇଥାଏ ସ୍ୱାସ୍ଥ୍ୟ ପକ୍ଷେ ସେତିକି ହାନୀକାରକ ମଧ୍ୟ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା କଣ ସେହି ଖାଦ୍ୟ ସବୁ ଯାହାକୁ ଖାଇବା ସମୟରେ ସାବଧାନ ହୋଇ ଖାଇବାକୁ ହେବ ।
ଗୁପଚୁପ
ଆମ ଦେଶ ଲୋକମାନଙ୍କର ସବୁଠାରୁ ଅଧିକ ପ୍ରିୟର ଷ୍ଟ୍ରିଟ ଫୁଡ ହେଉଛି ଗୁପଚୁପ । ଏହି ଗୁପଚୁପ ସର୍ବଦା ଖୋଲାରେ ବିକ୍ରି କରାଯାଇଥାଏ । ଯାହା ଫଳରେ ଏଥିରେ ବ୍ୟବହୃତ ହେଉଥିବା ଖଟା ପାଣି ଦୂଷିତ ମଧ୍ୟ ହୋଇପାରେ । ତେଣୁ ଗୁପଚୁପ ଖାଇବା ଦ୍ୱାରା ଆପଣଙ୍କୁ ଦୂଷିତ ପାଣି ଜନିତ ରୋଗ ହୋଇପାରେ ।
ଛୋଲେ ଭଟୋରେ
ପାଟିକୁ ସୁଆଦିଆ ଲାଗୁଥିବା ଏହି ଖାଦ୍ୟଟି ରାସ୍ତା କଡରେ ଅତି ସହଜରେ ମିଳୁଥିଲେ ବି ଏତିରେ ଅତ୍ୟଧିକ ତେଲ ର ବ୍ୟବହାର ଯୋଗୁ ଏହା ଶରୀରରେ ପେଟ ସମସ୍ୟା ଅତି ସହଜରେ ସୃଷ୍ଟି କରିପାରେ ।
କଚୋଡି
ରାଜସ୍ତାନର ସବୁଠାରୁ ଲୋକପ୍ରିୟ ଖାଦ୍ୟ ଭାବେ ଦେଶର ପ୍ରାୟ ସବୁ ଲୋକ କଚୋଡିକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଏହି ଖାଦ୍ୟଟି ରାସ୍ତା କଡରେ ଖୋଲାରେ ବିକ୍ରି ହୋଇଥାଏ ଏବଂ ତେଲ ରେ ଅଧିକ ସମୟ ପର୍ଯ୍ୟନ୍ତ ଫ୍ରାଏ ହୋଇଥାଏ ତଣୁ କଚୋଡି ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅହୁତ କ୍ଷତିକାରକ ହୋଇପାରେ ।