ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ମହଙ୍ଗା ହେବ ରେଳ ଟିକେଟ । ରେଲୱେ ଦ୍ୱାରା ବିକସିତ କରାଯାଇଥିବା ଷ୍ଟେସନର ବ୍ୟବହାର ପାଇଁ ଯାତ୍ରୀଙ୍କ ଠାରୁ ୧୦ ରୁ ୩୫ ଟଙ୍କା ପର୍ଯ୍ୟନ୍ତ ଅଧିକ ଟଙ୍କା ନିଆଯିବ । ସେହିଅନୁଯାୟୀ ଯାତ୍ରୀଙ୍କ ଠାରୁ ୟୁଜର ଚାର୍ଜ ଆଦାୟ କରିବ ରେଲୱେ । ଏହାଦ୍ୱାରା ରେଲୱେ ନିକଟରେ ଅଧିକ ଷ୍ଟେସନକୁ ବିକସିତ କରିବା ପାଇଁ ଫଣ୍ଡ ଜମା ହୋଇ ପାରିବ । ଏନେଇ ରେଲୱେ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି । ଯାହାକୁ ବହୁତ ଶୀଘ୍ର କ୍ୟାବିନେଟ ମଞ୍ଜୁରୀ ପାଇଁ ପଠାଯିବ ।
ରିପୋର୍ଟ ମୂତାବକ, ୧୦ ରୁ ୩୫ ଟଙ୍କା ପର୍ଯ୍ୟନ୍ତ ରହିବ ୟୁଜର ଚାର୍ଜ । ଏସି ଫାଷ୍ଟ କ୍ଲାସ ଯାତ୍ରୀଙ୍କ ପାଇଁ ୟୁଜର ଚାର୍ଜ ଏହାଠାରୁ ଅଧିକ ହୋଇପାରେ । ସେହି ଷ୍ଟେସନ ପାଇଁ ୟୁଜର ଚାର୍ଜ ଆଦାୟ କରାଯିବ ଯାହାକୁ ରି-ଡେଭଲପ୍ କରାଯିବ । ଦେଶରେ ୭ ହଜାର ରେଲୱେ ଷ୍ଟେସନ ରହିଛି । ଏଥିମଧ୍ୟରୁ ୭୦୦ ରୁ ୧୦୦୦ ଏହି କ୍ୟାଟେଗୋରୀରେ ଆସୁଛି । ଏଭଳି ପ୍ରଥମ ଥର ପାଇଁ ହେବାକୁ ଯାଉଛି ଯେଉଁଠି ଟ୍ରେନ ବ୍ୟବହାର ପାଇଁ ୟୁଜର ଚାର୍ଜ ଆଦାୟ କରାଯିବାବର ପ୍ରସ୍ତାବ ରଖାଯାଇଛି । ବର୍ତ୍ତମାନ ୟୁଜର ଚାର୍ଜ କେବଳ ବିମାନରେ ଆଦାୟ କରାଯାଉଛି ।
ରେଲୱେ ପକ୍ଷରୁ ଯାତ୍ରୀଙ୍କଠାରୁ ୟୁଜର ଚାର୍ଜ ଆଦାୟ କରାଯାଇ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ସୁବିଧା କରାଯିବ । ଏହି ସୁବିଧା ସମସ୍ତ ଯାତ୍ରୀଙ୍କ ପାଇଁ କରାଯିବ ।