ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁଣି ଚର୍ଚ୍ଚାରେ ଓଡିଆ ଓ ଓଡିଶା । ଦିନେ ଓଡିଆଙ୍କୁ ବୋକା ଓ ନିର୍ବୋଧ କହି ଜେଲର ଚାରି କାନ୍ଥ ଦେଖିଥିବା ଅଭିଜିତ ଆୟାର ମିତ୍ରଙ୍କ ପରେ ପୁଣି ଓଡ଼ିଆଙ୍କୁ ନେଇ ଥଟ୍ଟା କରିଛନ୍ତି ଜଷ୍ଟିସ ମାର୍କଣ୍ଡେୟ କାଟଜୁ । ଟୁଇଟ୍ କରି ଜଷ୍ଟିସ କାଟଜୁ ଲେଖିଛନ୍ତି, ଓଡ଼ିଆଙ୍କୁ ନେଇ ସେ ଅନେକ ଥର ଥଟ୍ଟା କରିଛନ୍ତି । ତେବେ ତାଙ୍କୁ କେବେ ଜେଲ ଯିବାକୁ ପଡିବ ବୋଲି କୌତୁକ କରି ପଚାରିଛନ୍ତି ଜଷ୍ଟିସ କାଟଜୁ ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଅଭିଜିତ ଆୟାର ମିତ୍ରଙ୍କ ଭଳି ସେ ବି କ୍ଷମା ପ୍ରାର୍ଥନା କରିଛନ୍ତି ତଥାପି ସେ ୪୩ ଦିନ ପାଇଁ ଜେଲରେ ରହିବା ଦରକାର ବୋଲି ଶ୍ରୀ କାଟଜୁ କହିଛନ୍ତି ।
୨୦୧୬ରେ ନିଜ ଫେସବୁକ ପୋଷ୍ଟରେ ଓଡ଼ିଆ ଓ ଓଡ଼ିଶା ବାସୀଙ୍କ ଭାବନାକୁ ଉପହାସ କରି ଜଷ୍ଟିସ କାଟଜୁ ବିବାଦୀୟ ପୋଷ୍ଟ କରିବା ପରେ ଏହାକୁ ନେଇ ସାରା ରାଜ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଏହି ନିକଟରେ ଓଡ଼ିଶାର କଳା ଭାସ୍କର୍ଯ୍ୟକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଅଭିଜିତ ଆୟାର ମିତ୍ରଙ୍କୁ ଜେଲ୍ ଯିବାକୁ ପଡିଥିଲା ।