ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଫେଷ୍ଟିଭାଲ ସିଜିନ୍ । ଆଗକୁ ଆସୁଛି ଦୀପାବଳୀ ଏବଂ ଛଟ୍ ପୂଜା । ଏହାକୁ ଦୃଷ୍ଟିରେ ରଖି ୧୩ ଟି ସ୍ପେଶାଲ ଟ୍ରେନ୍ ଚଲାଇଛି ରେଲୱେ । ଏହି ଟ୍ରେନ ଗୁଡିକ ପାଇଁ ଆଜିଠୁ ଆରମ୍ଭ ହେଉଛି ରିର୍ଜଭେସନ ।
– ନଭେମ୍ବର ୧୫ ଏବଂ ୧୬ ତାରିଖ ରାତି ୧୧.୫୫ ରେ ସ୍ପେଶାଲ ଟ୍ରେନ ନଂ ୦୪୪୩୮ ଆନନ୍ଦବିହାରରୁ କାନପୁର ସେଣ୍ଟ୍ରାଲ ଚାଲିବ । ଦ୍ୱିତୀୟ ଦିନ ସକାଳ ୬.୧୫ ଏବଂ ଜୟନଗର ରାତି ୧୦.୪୫ ରେ ପହଁଚିବ । ରିଟର୍ଣ୍ଣ ଟ୍ରେନ ନଂ ୦୪୪୩୭ ଜୟନଗରରୁ ୧୭ ଏବଂ ୧୮ ରାତି ୧.୩୫ରେ ଗଡିବା ଆରମ୍ଭ କରି ଦ୍ୱିତୀୟ ଦିନ ୩.୨୦ରେ କାନପୁର ଏବଂ ରାତି ୧୧ ଟାରେ ଦିଲ୍ଲୀରେ ପହଁଚିବ ।
– ସେହିପରି ନଭେମ୍ବର ୧୩ ଅପରାହ୍ନ ୧.୪୫ ରେ ସ୍ପେସାଲ ଟ୍ରେନ ନଂ ୦୪୪୪୦ ଆନନ୍ଦବିହାରରୁ ଚାଲିବ ।ସନ୍ଧ୍ୟା ୭.୪୫ ରେ କାନପୁର ସେଣ୍ଟ୍ରାଲ ଏବଂ ଦ୍ୱିତୀୟ ଦିନ ସନ୍ଧ୍ୟା ୭.୨୦ ରେ କଟିହାର ପହଁଚିବ । ରିଟର୍ଣ୍ଣ ଟ୍ରେନ ନଂ ୦୪୪୩୯ ନଭେମ୍ବର ୧୫ ରେ କଟିହାରରୁ ସକାଳ ୬ଟାରୁ ବାହାରି ଅପରାହ୍ନ ୧.୧୫ ରେ ଦିଲ୍ଲୀରେ ପହଁଚିବ ।
– ନଭେମ୍ବର ୧୨ ରେ କାନପୁର ସେଣ୍ଟ୍ରାଲରୁ ଟ୍ରେନ ନଂ ୦୪୧୫୩ ସକାଳ ୯.୨୦ ଚାଲିବା ଆରମ୍ଭ ହୋଇ ଫତେହପୁର, ପ୍ରୟାଗରାଜ ହୋଇ ଦ୍ୱିତୀୟ ଦିନ ଅପରାହ୍ନ ୧୨.୦୫ ରେ ଏଲଟିଟି ପହଁଚିବ । ରିଟର୍ଣ୍ଟରେ ଟ୍ରେନ ନଂ ୦୪୧୫୪ ଏଲଟିଟି ରୁ ୧୩ ନଭେମ୍ବରରୁ ଅପରାହ୍ନ ୧.୪୦ ରୁ ଚାଲିବା ଆରମ୍ଭ କରି ଦ୍ୱିତୀୟ ଦିନ ୩.୩୦ ରେ କାନପୁର ସେଣ୍ଟ୍ରାଲରେ ପହଁଚିବ ।
– ସେହିପରି ନଭେମ୍ବର ୧୨ ରୁ ଆନନ୍ଦବିହାରରୁ ଟ୍ରେନ ନଂ ୦୪୪୪୮ ରାତି ୧୧.୫୫ ରେ ବାହାରି ସକାଳ ୬ଟାରେ କାନପୁର ଏବଂ ସହରସା ସନ୍ଧ୍ୟା ୭.୪୫ରେ ପହଁଚିବ ।
– ନଭେମ୍ବର ୧୨ରୁ ଟ୍ରେନ ନଂ ୦୪୪୬୦ ନୂଆଦିଲ୍ଲୀରୁ ରାତି ୮.୫୫ରେ ବାହାରି ଦ୍ୱିତୀୟ ଦିନ ରାତି ସାଢେ ୧୧ଟାରେ ପାଟନାରେ ପହଁଚିବ । ସେହିପରି ରିଟଣ୍ଣ ଟ୍ରେନ ନଂ ୦୪୪୫୯ ପାଟନାରୁ ନଭେମ୍ବର ୧୩ରେ ଅପରାହ୍ନ ସାଢେ ଦୁଇଟାରେ ବାହାରି ରାତି ୧୧.୪୫ରେ କାନପୁର ଏବଂ ତାପର ଦିନ ସକାଳ ସାଢେ ୬ଟାରେ ଦିଲ୍ଲୀରେ ପହଁଚିବ ।