ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଅନେକ ମହଲରୁ ବିଭିନ୍ନ ପ୍ରକାର ମତବାଦ ଶୁଣିବାକୁ ମିଳିଥିଲା । ତେବେ ତାଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ମଧ୍ୟ ହେଉଛି । ଏହା ମଧ୍ୟରେ ଆଜି ଆସିବ ସୁଶାନ୍ତଙ୍କ ବିଶ୍ରା ରିପୋର୍ଟ, ଆଜି ତାଙ୍କ ମୃତ୍ୟୁ ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି ନାହିଁ, ଆଜି ଏହି ରହସ୍ୟରୁ ପରଦା ଉଠାଯିବ। ଆଜି ସୁଶାନ୍ତ ସିଂ ରାଜପୁତଙ୍କ ବିଶ୍ରା ରିପୋର୍ଟ ଆସିବ। ଏହା ପରେ ବିଶ୍ରା ରିପୋର୍ଟକୁ ନେଇ ମେଡିକାଲ ବୋର୍ଡର ଏକ ବୈଠକ ହେବ। ଦ୍ୱିତୀୟ ଥର ପାଇଁ ସୁଶାନ୍ତଙ୍କ ବିଶ୍ରା ପରୀକ୍ଷା କରିଥିବା ଫୋରେନସିକ୍ ବିଶେଷଜ୍ଞଙ୍କ ଦଳ ଏଆଇଏମ୍ଏସ୍ ଡାକ୍ତରଙ୍କ ପ୍ୟାନେଲରେ ସେମାନଙ୍କ ରିପୋର୍ଟ ଦାଖଲ କରିବେ।ଆଜି ବିଶ୍ରା ରିପୋର୍ଟ ଗ୍ରହଣ କରିବା ପରେ ରବିବାର ଦିନ ଏଆଇଏମ୍ଏସ୍ ଡାକ୍ତରଙ୍କ ପ୍ୟାନେଲ୍ ଏହି ମାମଲାରେ ଚୂଡ଼ାନ୍ତ ବୈଠକ କରିବ। ଏହି ସଭାରେ ସୁଶାନ୍ତଙ୍କ ବିଶ୍ରା ଏବଂ ପୋଷ୍ଟମର୍ଟମ ରିପୋର୍ଟ ଉପରେ ଆଲୋଚନା ହେବ। କେବଳ AIIMS ର ଡାକ୍ତରମାନେ ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ ଅନ୍ତିମ ରିପୋର୍ଟ ଦେବେ ।
ଭିସେରା ରିପୋର୍ଟରେ ସୁଶାନ୍ତଙ୍କୁ ବିଷ ଦିଆଯାଇଛି କି ନାହିଁ ତାହା ପ୍ରକାଶ ପାଇବ। । ପୂର୍ବରୁ ପ୍ରକାଶ ପାଇଥିବା ଭିଶ୍ରା ରିପୋର୍ଟ ଅନୁସାରେ ସେ ଆତ୍ମହତ୍ୟା କରିଥିଲେ କିନ୍ତୁ ଏହା ଏକ ହତ୍ୟା ମାମଲା ବୋଲି ପରିବାର ଦାବି କରିଥିଲେ । ଏହି ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି।
ତେବେ ଏମ୍ସ(AIIMS )ଦଳ ମଧ୍ୟ ସୁଶାନ୍ତଙ୍କ ବେକରେ ଥିବା ଦାଗ ଉପରେ ସନ୍ଦେହ କରୁଛନ୍ତି । ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୂର୍ବରୁ ଅନେକ ପ୍ରଶ୍ନ ଉଠାଇଛି । ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଅଭିନେତାଙ୍କ ପରିବାର ମଧ୍ୟ ପ୍ରଶ୍ନ କରିଥିଲେ। ଆଜି ଆସୁଥିବା ବିଶ୍ରା ରିପୋର୍ଟ ଦ୍ୱାରା ଅନେକ ଜିନିଷ ଜଣା ପଡିବ । ସୁଶାନ୍ତଙ୍କ ପରିବାର ଓ ତାଙ୍କ ସହପାଠୀ ତାଙ୍କ ପାଇଁ ନିରନ୍ତର ନ୍ୟାୟ ଦାବି କରୁଛନ୍ତି। ତେବେ ଆଜି ବିଶ୍ରା ରିପୋର୍ଟ ଆସିବା ପରେ ସିବିଆଇକୁ ମଧ୍ୟ ତଦନ୍ତ କରିବାରେ କିଛି ମାତ୍ରାରେ ସହଜ ହୋଇପାରେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024