ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାର ସେଠାର ଉନ୍ନତିକରଣ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଆଜି ନୂଆଦିଲ୍ଲୀ ଠାରେ ଜାମ୍ମୁ-କାଶ୍ମୀରର ସ୍ଥିତି ପରଖିବା ପାଇଁ ୧୫ ଦେଶର ରାଷ୍ଟ୍ରଦୂତ ନୂଆଦିଲ୍ଲୀ ଠାରେ ପହଞ୍ଚିଛନ୍ତି । ଏହି ରାଷ୍ଟ୍ରଦୂତ ମାନେ ଆଜି ଓ କାଲି ଜାମ୍ମୁ-କାଶ୍ମୀରରେ ରହିବେ । ଏମାନଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ନାଇଜର, ଟୋଗୋ, ଭିଏତନାମ, ବାଂଲାଦେଶ, ସାଉଥ କୋରିଆ, ମାଲଡିଭିସ, ନରୱେ, ଆର୍ଜେଣ୍ଟିନା, ପେରୁ ଆଦି ଦେଶର ରାଷ୍ଟ୍ରଦୂତ ।
ଏହି ରାଷ୍ଟ୍ରଦୂତ ମାନେ ଜାମ୍ମୁ-କାଶ୍ମୀରର ସିଭିଲ୍ ସୋମାଇଟି ଲିଡରଙ୍କୁ ସାକ୍ଷାତ କରିବେ । ଏହା ସହ ସେଠାରେ ସୁରକ୍ଷା ବ୍ୟବସ୍ଥା, ସେନା ଓ ଗୁଇନ୍ଦା ବିଭାଗର ସ୍ଥିତି ଉପରେ ନଜର ପକାଇବେ । ସୁଚନା ଯୋଗ୍ୟ ଥାଉ କି ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଏମାନେ ସେଠାକୁ ଗସ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ଅଧୀକାରୀ ମାନଙ୍କର ଏହା ହେଉଛି ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀର ଗସ୍ତ ।