ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୮ କୋଟି କୃଷକଙ୍କ ବ୍ୟାଙ୍କ ଆକାଣ୍ଟକୁ ଦେଇଛନ୍ତି ୧୭ ହଜାର କୋଟି ଟଙ୍କା । ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଅଧିନରେ ଏହି ଟଙ୍କା ପଠାଇଛନ୍ତି ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନତାଙ୍କୁ ଉଦଭୋଧନ ଦେଇ କହିଛନ୍ତି ଗତ ଦେଢ ବର୍ଷ ମଧ୍ୟରେ ପାଖାପାଖି ୭୫ ହଜାର କୋଟି ଟଙ୍କା ସିଧା ସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି ।
ସେହିଭଳି କେବଳ ଲକ ଡାଉନ ସମୟରେ ୨୨ ହଜାର କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ଆତ୍ମନିର୍ଭର ଭାରତ ଯୋଜନାରେ ଚାଷୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଛି । ଯାହା କୃଷକଙ୍କ ରୋଜଗାର ବୃଦ୍ଧି କରିବ ।