ଉତ୍ତରପ୍ରଦେଶ(ଏଟିଆର ବ୍ୟୁରୋ): ଆମ ଦେଶରେ କିନ୍ନର ମାନଙ୍କୁ ଏକ ଘୃଣ୍ୟ ଚକ୍ଷୁରେ ଦେଖାଯାଇଥାଏ । ସାଧାରଣତ ଆମେ କିନ୍ନର ମାନଙ୍କୁ ଟ୍ରେନରେ ଭିକ୍ଷା ବୃତ୍ତି କରିଥିବାର ଦେଖିବାକୁ ପାଇଥାଉ । ତେବେ ସରକାର କିନ୍ନର ମାନଙ୍କର ଉନ୍ନତି ପାଇଁ ବହୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । କିଭଳି କିନ୍ନର ମାନେ ସାମାଜର ମୁଖ୍ୟ ସ୍ରୋତରେ ଯୋଡି ହୋଇ ଭଲ ଭାବରେ ଜୀବନ ଜାପନ କରିପାରିବେ ତାହାକୁ ନେଇ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ତେବେ ସେମାନେ କିପରି ପାଠ ପଢିପାରିବେ, ସରକାରୀ ଚାକିରୀ କରିପାରିବେ ସେନେଇ ସରକାର ପଦକ୍ଷପ ନେଉଛନ୍ତି ।
ଏହା ଭିତରେ ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଯାଇଛି । ଏହି ବିଶ୍ୱ ବିଦ୍ୟାଳୟ ଉତ୍ତରପ୍ରଦେଶର କୁଶୀନଗର ଠାରେ ସ୍ଥାପିତ ହୋଇଛି । ଏହି ବିଶ୍ୱ ବିଦ୍ୟାଳୟକୁ ଅଖିଳ ଭାରତୀୟ କିନ୍ନର ଶିକ୍ଷା ସେବା ଟ୍ରଷ୍ଟ ପକ୍ଷରୁ ସ୍ଥାପନା କରାଯାଇଛି । କୁଶୀନଗର ଜିଲ୍ଲାର ଫାଜିଲନଗର ବ୍ଲକରେ ସ୍ଥାପିତ ହୋଇଛି । ଆସନ୍ତା ଜାନୁଆରୀ ୧୫ ଠାରୁ ଏହି ବିଶ୍ୱ ବିଦ୍ୟଳୟରେ ନାମ ଲେଖା ଆରମ୍ଭ ହେବ । ଏହାରେ ପୋଷ୍ଟଗ୍ରାଜୁଏଶନ ଏବଂ ପିଏଚଡି ଡିଗ୍ରୀ ପାଠ୍ୟକ୍ରମ ଉପରେ ଶିକ୍ଷାଦାନ କରାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ କୃଷ୍ଣ ମୋହନ ମିଶ୍ର ସୂଚନା ଦେଇଛନ୍ତି ।