ଜାମ୍ମୁ –କାଶ୍ମୀର (ଏଟିଆର ବ୍ୟୁରୋ ) ; ସେନା ଗୁଳିରେ ଟଳିପଡିଲେ ୨ ଆତଙ୍କବାଦୀ । ଆଜି ସକାଳେ କାମ୍ମୁ ଓ କାଶ୍ମୀରର ସୋପିଆନାର ସଫନଗରୀ ଠାରେ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କ ସହ ସେନାର ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ସେମାନଙ୍କ ନାମ ମହମ୍ମଦ ଇଦ୍ରିସ ସୁଲତାନ ଓ ଅମୀର ହୁସେନ ବୋଲି ଜଣାପଡିଛି । ସେମାନଙ୍କ ପାଖରୁ ବିପୁଳ ପରିମାଣରେ ଅସ୍ତ୍ରସସ୍ତ୍ର ଜବତ କରାଯାଇଛି ।
ଖାଲି ସେତିକି ନୁହେଁ ଗତ ରବିବାର ମଧ୍ୟ ଦୁଇଜଣ ଆତଙ୍କବାଦୀଙ୍କୁ ଗୋଡାଇ ଗୋଡାଇ ଭାରତୀୟ ସେନା ହତ୍ୟା କରିଛି । ସେ ଦୁଇଜଣମଧ୍ୟ ହୁଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ବୋଲି ଜଣାପଡିଥିଲା । ସେମାନଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ସମ୍ପର୍କ ସିଧାସଳଖ ହିଜବୁଲ ମୁଜାହିଦ୍ଦିନ ସହ ଥିବା ଜଣାପଡିଛି । ସେମାନଙ୍କ ନାମ ମହମ୍ମଦ ଇରଫାନ ଭଟ ଓ ଶାହିସ ମୀର ।
ସେମାନେ ସୋପିଆନାର ଖଦପୋର ଅଞ୍ଚଳରେ ଛପିଥିବା ଖବର ଭାରତୀୟ ସେନାକୁ ମିଳିଥିଲା । ଏହାପରେ ସେମାନଙ୍କୁ ମାରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଖବର ପାଇଥିବା ସ୍ଥାନରେ ସୁରକ୍ଷାକର୍ମୀ ପହଞ୍ଚିବା ପରେ ହଠାତ ଆତଙ୍କବାଦୀ ମାନେ ସେନା ଉପରକୁ ଆକ୍ରମଣ କରିଥିଲେ । ତେବେ ସେନାର ପାଲଟା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆତଙ୍କବାଦୀ ଖସି ପଳାଇଯାଇଥିବାର ଜଣାପଡିଛି ।