ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨ ହଜାର ଟଙ୍କିଆ ନୋଟ୍ ବଦଳି ଅବଧିର ଆଜି ଶେଷ ଦିନ । ଟଙ୍କା ବଦଳାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ଦ୍ୱିତୀୟ ସୁଯୋଗ ଆଜି ଶେଷ ହେଉଛି । ପୂର୍ବରୁ ୪ ମାସ ଅର୍ଥାତ ସେପ୍ଟମ୍ବର ୩୦ ଯାଏଁ ଟଙ୍କା ବଦଳାଇବା ପାଇଁ ସମୟ ଦିଆଯାଇଥିଲା କିନ୍ତୁ ବିଦେଶରେ ରହୁଥିବା ଭାରତୀୟଙ୍କୁ ଦୃଷ୍ଟିରେ ରଖି ଅକ୍ଟୋବର ୭ ଯାଏଁ ତାରିଖକୁ ବୃଦ୍ଧି କରାଯାଇଥିଲା । ଯାହା ଆଜି ଶେଷ ହେଉଛି ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଏବେବି ୧୨ ହଜାର କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କଗୁଡ଼ିକ ପାଖକୁ ଫେରିନାହିଁ। ଚଳିତ ବର୍ଷ ମେ’ ୧୯ରେ ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର କରିବା ବିଷୟରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ। ସେହି ସମୟରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ଥିଲା।