ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫେବୃଆରୀ ମାସ ୨୮ ତାରିଖରେ ଶେଷ ହେଉଥିବା ବେଳେ ଚଳିତବର୍ଷ ୨୮ ଦିନ ପରିବର୍ତ୍ତେ ୨୯ ଦିନରେ ଶେଷ ହେଉଛି । ଆଜି ହେଉଛି ଫେବୃଆରୀ ୨୯ । ଯାହାକୁ ଅଧିବର୍ଷ ବା ଲିପ୍ ଇୟର ଭାବେ ପାଳନ କରାଯାଉଛି । ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ପାଳନ କରାଯାଏ ।
କ୍ୟାଲେଣ୍ଡର ଅନୁଯାୟୀ ବର୍ଷକ ୩୬୫ ଦିନ । ଯାହାଦ୍ୱାରା ପ୍ରତିବର୍ଷ ଅତିରିକ୍ତ ୫ ଘଣ୍ଟା ୪୮ ମି.୫୬ ସେ ବଳି ପଡେ । ପ୍ରାୟତଃ ୪ ବର୍ଷରେ ଗୋଟେ ଅତିିରିକ୍ତ ଦିନ ବଳିପଡେ ।
୨୦୦୦ ମସିହାରେ ଏକ ଅଧିବର୍ଷ ପଡିଥିଲା । ଏହାର ପରବର୍ତ୍ତୀ ୨୧୦୦,୨୨୦୦ ଏବଂ ୨୩୦୦ କୁ ଅଧିବର୍ଷ ଭାବେ ଗଣନା କରାଯାଇନଥିଲା । କିନ୍ତୁ ୨୪୦୦ ମସିହାକୁ ଅଧିବର୍ଷ ରୂପେ ଗଣନା କରାଯାଉଛି ।