ଶ୍ରୀନଗର(ଏଟିଆର ବ୍ରୁରୋ): ଜାମ୍ମୁକାଶ୍କୀର ସୋପିୟାନ ହାଦିପୋରାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଟଳିଛନ୍ତି ୩ ଆତଙ୍କବାଦୀ । ଆଶ୍ଚର୍ଯ୍ୟକର କଥା ହେଉଛି ଯେ ମୃତକଙ୍କ ମଧ୍ୟରେ ଜଣେ ୧୪ ବର୍ଷର ନାବାଳିକ ମଧ୍ୟ ରହିଛି । ଏହି ନାବାଳକୁ ସରେଣ୍ଡର କରିବାକୁ କୁହାଯାଇଥିଲେ ମଧ୍ୟ ସେ ରାଜି ହୋଇନଥିଲା । ଫଳରେ ଭାରତୀୟ ଯବାନମାନେ କାକୁ ଏନକାଉଣ୍ଟର କରିବା ପାଇଁ ବାଧ୍ୟ ହୋଇଥିଲେ । ଏନେଇ କାଶ୍କୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଘଟଣା ପରେ ଅନନ୍ତନାଗରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ରହିଛି । ଦକ୍ଷିଣ କାଶ୍ମୀରର ସୋପିୟାନର ହାଦିପୁରାରେ ଆତଙ୍କବାଦୀ ଲୁଚି ରହିଥିବା ଜାଣି ସେନା ପକ୍ଷରୁ କମ୍ୱିଂ କରାଯାଇଥିଲା । ତେବେ ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ ।
ପ୍ରଥମ ଏନ୍କାଉଣ୍ଟର୍ ଆରମ୍ଭ ହୋଇଥିଲା ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ହାଦିପୋରା ଅଞ୍ଚଳରେ। ଦ୍ୱିତୀୟଟି ଆରମ୍ଭ ହୋଇଥିଲା ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ସେମଥାନ ବିଜ୍ବେହରା ଅଞ୍ଚଳରେ। ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଉଭୟ ସ୍ଥାନରେ ପୁଲିସ ଓ ସେନାର ମିଳିତ ଦଳ ‘କର୍ଡନ୍ ଓ ତଲାସ’ ଆରମ୍ଭ କରିବାରୁ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା।