ଲକ୍ଷ୍ନୌ (ଏଟିଆର ବ୍ୟୁରୋ); ବଜ୍ରପାତରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଗଲା ଜୀବନ । ଶନିବାର ଓ ରବିବାର ଦିନ ଉତ୍ତର ପ୍ରଦେଶର ୧୩ଟି ଜିଲ୍ଲାରେ ବଜ୍ରପାତ । ଏହି ବଜ୍ରପାତରେ ଯୋଗୁଁ ୩୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା କଥା ସରକାରୀସୂତ୍ରରୁ ସୂଚନା ମିଳିଛି । କାନପୁରରେ ସାତ ଜଣ, ଫତେପୁରରେ ସାତ ଜଣ, ଝାନ୍ସୀରେ ପାଞ୍ଚ ଜଣ, ଜଲାଉଁରେ ଚାରିଜଣ, ହାମିରପୁରରେ ତିନି ଜଣ, ଗାଜିଆବାଦରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରେଇଥିବା ବେଳେ ଦେଓରିଆ, କୁଶୀନଗର, ଜଉନପୁର, ଅମ୍ବେଦକର ନଗର, ପ୍ରତାପଗଡ଼, କାନପୁ ଦେହାତ ଏବଂ ଚିତ୍ରକୂଟରେ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରେଇଛନ୍ତି।
ଏହା ସହ ମଧ୍ୟ ୧୩ ଜଣ ଲୋକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଇଛନ୍ତି । ବଜ୍ରାଘାତ ପ୍ରାଣ ହରେଇଥିବା ପୀଡ଼ିତମାନେ ବିଲରେ କାମ କରୁଥିଲେ ଓ ଆଉ କିଛି ଗଛମୂଳେ ଠିଆହୋଇଥିଲେ ବୋଲି କାନପୁର ଗ୍ରାମଞ୍ଚଳ ଏସ୍ପି ପ୍ରଦ୍ୟୁମ୍ନ ସିଂହ କହିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତବ୍ୟକ୍ତଙ୍କ ପ୍ରତି ଦୁଃଖ ପ୍ରକାଶ କରିଛନ୍ତି ।
ଏହାସହ ମୃତକଙ୍କ ପରିବାର ଲାଗି ୪ ଲକ୍ଷ ଟଙ୍କା ଲେଖଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତମାନଙ୍କର ଚିକିତ୍ସା ନିମନ୍ତେ ସମସ୍ତ ସୁବିଧା ସୁଯøାଗର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି।