ତିରୁବନନ୍ତପୁରମ୍(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ନିଜ କବ୍ଚାରେ ଥରହର କରଉଥିବା କରୋନା ଭାଇରସ ଧିରେ ଧିରେ ଭାରତରେ ନିଜର କାୟା ସଦୃଢ କରିବାରେ ଲାଗିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରୁ ବଢି ୩୯ରେ ପହଞ୍ଚିଲାଣି ।
ଗତ ଫେବୃଆରୀ ୨୯ରେ ଇଟାଲିରୁ ଫେରିଥିବା ୩ଜଣଙ୍କ ମଧ୍ୟରେ କରୋନା ଭାଇରସ ଥିଲା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କର ପରିବାରର ଆଉ ଦୁଇ ଜଣ ମଧ୍ୟ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।
ପ୍ରାଥମିକ ରିପୋର୍ଟରୁ ସମସ୍ତ ୫ଜଣଙ୍କ ଶରୀରରେ କରୋନା ଭାଇରସ ଥିବା ଜଣା ପଡିବା ପରେ ସେମାନଙ୍କୁ ପତନମତିତ୍ତ ଜେନେରାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି ।
ଆଗକୁ ତିରୁବନନ୍ତପୁରମ୍ ରେ ହୋଲି ପୋଙ୍ଗଲ ଉତ୍ସବ ଥିବାରୁ ଏଥିରେ ସାମାନ୍ୟ ଜ୍ୱର ଓ ଥଣ୍ଡା ହୋଇଥିଲେ ବି ଉତ୍ସବ ଗୁଡିକରେ ଭାଗ ନ ନିଅନ୍ତୁ ବୋଲି ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି ।
ତେବେ ସି୍ଥତି ନିୟନ୍ତ୍ରଣରେ ଥିଲେ ବି ପତନମତିତ୍ତ ଜିଲ୍ଲା କଲେକ୍ଟର କରୋନା ଭାଇରସ ପାଇଁ ଆଜି ଏକ ଜରୁରୀ କାଳୀନ ବୈଠକ ଡକାଇଛନ୍ତି ।