ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବହୁମତରେ ବିଜୟ ହେବାପରେ ଆଜି ମୋଦି ତାଙ୍କ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିଛନ୍ତି । ଦ୍ୱିତୀୟଥର ନିର୍ବାଚନ ବିଜୟ ହେବାପରେ ମୋଦିଙ୍କର ଏହା ପ୍ରଥମ ବାରଣାସୀ ଗସ୍ତ । ଏହି ଅବସରରେ ଆଜି ମୋଦିଙ୍କ ଗସ୍ତ ନେଇ ବାରଣାସୀରେ ଉତ୍ସାହ ଦେଖିବାକୁ ମଳିଛି । ନବନିର୍ବାଚିତ ସାଂସଦ ଭାବ ମୋଦି ଯାଇଥିବାରୁ କର୍ମୀ ମାନେ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ରହିଛନ୍ତି ।
ଏହି ଅବସରରେ ମୋଦି ସେଠରେ କାଶୀ ବିଶ୍ୱନାଥରେ ପୂଜା ଅର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ପୂଜାର୍ଚ୍ଚନା ସରିବା ପରେ ମୋଦି ନିର୍ବାଚନରେ ସହଯୋଗ କରିଥିବା ବିଜେପି କର୍ମୀ ମାନଙ୍କୁ ଉଦଭୋଧନ ଦେବେ । ଏହା ପରେ ମା ଗଙ୍ଗାଙ୍କୁ ଆରଧନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମୋଦିଙ୍କର ବାରଣାସୀରେ ଏକ ରୋଡ କରିବାର କାର୍ଯ୍ୟକ୍ରମ ରହିଥିବାରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ସୁରକ୍ଷାକୁ ଦୃଷ୍ଟିରେ ରଖି ସହର ସାରା ପୋଲିସ ମୁତୟନ ହୋଇଛନ୍ତି । ସେହିଭଳି ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କର ୫୫ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ସ୍ମୃତିଚାରଣ କରିଛନ୍ତି । ଏ ନେଇ ମୋଦି ଏକ ଟୁଇଟି ମଧ୍ୟ କରିଛନ୍ତି । ମୋଦି ଟୁଇଟ କରି ଲେଖିଛନ୍ତି ଶ୍ରାଦ୍ଧବାର୍ଷିକରେ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି। ଆମ ଜାତି ପ୍ରତି ତାଙ୍କର ଅବଦାନକୁ ଆମେ ସ୍ମରଣ କରୁଛୁ।