ପୁଣେ (ଏଟିଆର ବ୍ୟୁରୋ): ମହାରାଷ୍ଟ୍ରର ରାଜଧାନ ମୁମ୍ବାଇରେ ୫୩ ଜଣ ଗଣମାଧ୍ୟମ କର୍ମଚାରୀ କରୋନା ରୋଗରେ ଆକ୍ରାନ୍ତ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ଗଣମାଧ୍ୟମର ସମସ୍ତ ୫୩ ଜଣ କର୍ମୀଙ୍କୁ କ୍ରିଟିକାଲ ସେଣ୍ଟରକୁ ପଠାଇ ଦିଆଯିବ । ସେଠାରେ ସେମାନଙ୍କର ଚିକିତ୍ସା କରାଯିବ । ଏହାସହିତ ସେମାନଙ୍କ ସଂଶ୍ପର୍ଷରେ କେତେ ଜଣେ ଆସିଛନ୍ତି ତାଙ୍କର ଅନୁସନ୍ଧାନ ଚାଲିଛି ।
ଗତ ଏପ୍ରିଲ ୧୬ ଏବଂ ୧୭ ତାରିଖରେ ଗଣମାଧ୍ୟମର ୧୬୭ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି ।