ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଭାରତରେ ବ୍ୟାନ କରାଯାଇଛି ଆଉ ୫୪ଟି ଚାଇନିଜ ଆପ । ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଉ ୫୪ଟି ଚାଇନିଜ୍ ଆପ୍ ବ୍ୟାନ କରିଛନ୍ତି ।
ବ୍ୟାନ କରାଯାଇଥିବା ଆପ୍ ମଧ୍ୟରେ ସୁଇଟ୍ ସେଲ୍ଫି ଏଚଡି, ବିୟୁଟି କ୍ୟାମେରା-ସେଲ୍ଫି କ୍ୟାମେରା, ବାସ୍ ବୁଷ୍ଟର, ଇକ୍ୟୁଲାଇଜର, କ୍ୟାମ୍ କାର୍ଡ, ଡୁଆଲ ସ୍ପେସ ଲାଇଟ, ଭାଇଭା ଭିଡିଓ ଏଡିଟର ଇତ୍ୟାଦି ଆପ୍ ଗୁଡିକ ରହିଛି ।
ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ଅନେକ ଲୋକପ୍ରିୟ ଚାଇନିଜ୍ ଆପ୍ ବ୍ୟାନ କରାଯାଇଥିଲା ।