ମୁମ୍ବାଇ (ଏଟିଆର ବ୍ୟୁରୋ ) ; ସୁନିଲ ଗ୍ରୋଭରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଛୋଟ ପରଦାକୁ ଅତିଶିଘ୍ର କମବ୍ୟାକ କରୁଛନ୍ତି ସୁନିଲ । ଲୋକପ୍ରିୟ କମେଡିଆନ ତଥା ଅଭିନେତା ସୁନିଲ ଗ୍ରୋଭରଙ୍କୁ ଗତ କିଛି ଦିନ ହେବ ଦର୍ଶକ ଛୋଟ ପରଦାରେ ଦେଖିନଥିବା ବେଳେ ଷ୍ଟାର ପ୍ଲସର ଏକ ଶୋ ମଧ୍ୟମରେ ସୁନିଲ ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ।
ଷ୍ଟାର୍ ପ୍ଲସ୍ ଚ୍ୟାନେଲର ଏକ ‘ଉଇକେଣ୍ଡ ମିନି ସିରିଜ୍’ ଜରିଆରେ ଛୋଟ ପରଦାକୁ ଫେରୁଛନ୍ତି ସୁନିଲ । ଏହି କାଯ୍ୟ୍ରକମରେ ସୁନିଲ ୨୦୧୮ ବର୍ଷର ପୁରା ରାଉଣ୍ଡ ଅପର ଉପସ୍ଥାପନ କରିବେ ବୋଲି ଜଣାପଡିଛି । ୧୪ ଟି ଏପିସୋଡ ଥିବା ଏହି ଶୋ ରେ ସୁନିଲଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ । ତେବେ ଏହି ଶୋରେ ସୁନିଲ ଗ୍ରୋଭରଙ୍କ ଛଡା ଅନ୍ୟ କେତେକ କମେଡିଆନ ମଧ୍ୟ ଯୋଗଦେବେ ବୋଲି ଜଣାପଡିଛି । ଅନ୍ୟପଟେ ଏବେ ବଲିଉଡ ଫିଲ୍ମ ସୁଟିଂରେ ମଧ୍ୟ ବ୍ୟସ୍ତ ରହୁଛନ୍ତି ଏହି କମେଡିଆନ । ବି
ଶାଲ ଭରଦ୍ୱାଜ ଙ୍କ ‘ପଟାଖା’ରେ ଚଳଚିତ୍ରରେ ସୁନିଲଗ୍ରୋଭର ନଜରକୁ ଆସୁବେଳେ ସଲମାନ ଖାନଙ୍କ ଅଭିନୀତ ‘ଭାରତ’ ଫିଲ୍ମରେ ମଧ୍ୟ ସୁନିଲ ଅଭିନୟ କରୁଛନ୍ତି । ତେବେ ବହୁ ଦିନ ପରେ ଏହି ଲୋକପ୍ରିୟ କମେଡିଆନ ଛୋଟ ପରଦାକୁ ଫେରୁଥିବାର ଜାଣି ତାଙ୍କ ପ୍ରଶଂସକ ବେଶ ଉତ୍ସାହିତ ଅଛନ୍ତି । ଷ୍ଟାର ପ୍ଲସର ଏହି ଶୋ ରେ ସିମ୍ବା ଚଳଚିତ୍ରର ପ୍ରମୋସନ ପାଇଁ ରଣବୀର ସିଂହ ଆସୁଥିବା ବେଳେ ଜିରୋ ଚଳଚିତ୍ରର ପ୍ରମୋସନ ପାଇଁ ସାହରୁଖ ଖାନ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।