ପ୍ରେମ ଆଗରେ ସବୁ କିଛି ଫିକା । କେତେବେଳେ କାହାକୁ ପ୍ରେମ ହୋଇଯାଏ ତାହା ଜଣା ପଡେନି । ପ୍ରେମ ପାଇଁ କୌଣସି ବୟସ ନଥାଏ । ନିକଟରେ ଏଭଳି ଏକ ପ୍ରେମୀ ଯୋଡିଙ୍କ ବିଷୟରେ ଖବର ମିଳିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଜ୍ଞା ହଁ ୬୭ ବର୍ଷିୟ ବର ସହ ୨୪ ବର୍ଷିୟା ବଧୁ । ଏଭଳି ଏକ ଦୃଶ୍ୟ ନଜରକୁ ଆସିଛି ପଞ୍ଜାବ ଧୁରୀ ଅନୁମଣ୍ଡଳର ବଲିୟାଂ ଗାଁରେ । ୬୭ ବର୍ଷିୟ ଶାମସେର ସିଂହ ଏବଂ ୨୪ ବର୍ଷିୟା ନବପ୍ରିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟେ ଜାନୁଆରୀରେ ଚଣ୍ଡିଗଡର ଏକ ଗୁରୁଦ୍ୱାରରେ ବିବାହ କରିଥିଲେ । କୋର୍ଟ ପକ୍ଷରୁ ପଞ୍ଜାବ ଏବଂ ହରିୟାଣା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି କି , ଏହି ଯୋଡିଙ୍କ ଜୀବନ ଏବଂ ବଞ୍ଚିବାର ସ୍ୱତନ୍ତ୍ରତାକୁ ସୁନିଶ୍ଚିତ କରାଯାଉ ।
ଶାମସେର ଏବଂ ନବପ୍ରିତଙ୍କ ବାହାଘର ଫଟୋ ସୋସିଆଲ ମିଡିଆେରେ ଖୁବ୍ ଭାଇରାଲ ହୋଇଥିଲା । ଏହାପରେ ଦୁହେଁ ହାଇକୋର୍ଟର ଦ୍ୱାରାସ୍ଥ ହୋଇଥିଲେ । ବର-ବଧୂଙ୍କ କହିବାର ଥିଲା କି, ତାଙ୍କ ପରିବାର ଏବଂ ସମ୍ପର୍କୀୟ ଦ୍ୱାରା ଜୀବନର ବିପଦ ଅଛି ।
ଓକିଲ ମୋହିତ ସଦାନାଙ୍କ କହିବାନୁଯାୟୀ, ଏହା ଏକ ନିଆରା ବାହାଘର ଥିଲା ଏବଂ ପରିବାର ପକ୍ଷରୁ ଏହି ବାହାଘରକୁ ସ୍ୱୀକାର କରାଯାଇନଥିଲା । ସେଥିପାଇଁ ଏହି ଯୋଡି ହାଇକୋର୍ଟର ଦ୍ୱାରାସ୍ଥ ହୋଇଥିଲେ । ଫେବ୍ରୁଆରୀ ୪ରେ କୋର୍ଟ ପକ୍ଷରୁ ସଙ୍ଗରୁର ଏବଂ ବରନାଲା ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି କି , ସେମାନେ ତାଙ୍କର ସୁରକ୍ଷା ସୁନିଶ୍ଚିତ କରନ୍ତୁ ।
ଏନେଇ ବର-ବଧୂ ଦୁହେଁ କିଛି କହିନଥିଲେ କିନ୍ତୁ ତାଙ୍କ ଓକିଲଙ୍କ କହିବାନୁଯାୟୀ, ଏହି ବାହାଘର ସମ୍ପୂର୍ଣ୍ଣ ବୈଧ । ଦୁହେଁ ବୟସ୍କ ଏବଂ ସେମାନଙ୍କୁ ବାହାଘର ପାଇଁ ସମ୍ପୂର୍ଣ୍ଣ ଅଧିକାର ଅଛି । ଏହି ବାହାଘର ବୈଧ କାରଣ ଦୁହିଁଙ୍କ କୌଣସି ଜୀବନସାଥୀ ନାହାନ୍ତି ।
ହାଇକୋର୍ଟ ଆଦେଶକୁ ଦୃଷ୍ଟିରେ ରଖି ଏହି ଯୋଡିକୁ ଆଇନ ଅନୁଯାୟୀ ସୁରକ୍ଷା ଯୋଗାଇ ଦିଆ ଯିବ ବୋଲି ସଙ୍ଗରୁରୁର ଏସପି ସନ୍ଦୀପ ଗର୍ଗ କହିଛନ୍ତି । ସେ କହିଛନ୍ତି କି, ‘ହାଇକୋର୍ଟର ଆଦେଶକୁ ପୋଲିସ ପାଳନ କରିବ ଏବଂ ତାଙ୍କୁ ସୁରକ୍ଷା ପ୍ରଦାନ କରିବ’ ।