ନୂଆଦିଲ୍ଲୀ (ଏଟ୍ରିାର ବ୍ୟୁରୋ): ଆଜି ସାରା ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲ କିଲାରୁ ଦେଶବାସୀଙ୍କୁ ସମ୍ବଧିତ କରିଛନ୍ତି । ସେଠାରେ ସେ କହିଛନ୍ତି କି, ଭାରତରେ ୧୫ ଅଗଷ୍ଟ ୨୦୨୩ ସୁଧା ୭୫ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚାଲିବ । ସ୍ୱାଧୀନତାର ଅମୃତ ମହୋତ୍ସବ ର ୭୫ ସପ୍ତାହରେ ୭୫ ବନ୍ଦେ ଭାରତ ଟ୍ରେନ ଦେଶର ବିଭିନ୍ନ କ୍ଷେତ୍ରକୁ ଗଡିବ ।
ବନ୍ଦେ ଭାରତ ଏକ୍ସପ୍ରେସ ଏକ ସେମି ହାଇ ସ୍ପିଡ ଯୁକ୍ତ ଶତାଦ୍ଦି ଶ୍ରେଣୀର ଟ୍ରେନ । ଏହା ଏକ ସ୍ପିଡ ଟ୍ରେନ ହୋଇଥିବା ବେଳେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ଉପଲବ୍ଧ । ଏହି ସୁବିଧାରେ ଅନବୋର୍ଡ ଇଂଫୋଟେନମେଣ୍ଟ, ଜିପିଏସ ଆଧାରିତ ଯାତ୍ରୀ ସୂଚନା ପ୍ରଣାଳୀ, ସିସିଟିଭି, କୋଚ ଫୁଟଷ୍ଟେପ ସହିତ ସ୍ୱଚାଳିତ ସ୍ଲାଇଡିଂ ଡୋର, ଭ୍ୟାକୁମ ଆଧାରିତ ଶୌଚାଳୟ ଅଦି ।
ବର୍ତ୍ତମାନ ଦେଶରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସଂଚାଳିତ ହେଉଛି । ପ୍ରଥମଟି ବାରଣାସୀ ଏବଂ ଦିଲ୍ଲୀ ମଧ୍ୟରେ ଚାଲୁଥିବା ବେଳେ ଦ୍ୱିତୀୟଟି କଟ୍ରା ଏବଂ ନୂଆଦିଲ୍ଲୀ ମଧ୍ୟରେ ଚାଲୁଛି ।