କାଶ୍ମୀର (ଏଟିଆର ବ୍ୟୁରୋ ) ; ବିଭିନ୍ନ ସ୍ଥାନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଯବାନ ସହୀଦ ହୋଇଛନ୍ତି । କାଶ୍ମୀର ବରମୁଲ୍ଲା ନିକଟରେ ୨ ଜଣ ଅତଙ୍କୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନନ୍ତନାଗରେ ୪ ଜଣ ଅତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ସୋପୋର ସହରରେ ସେନା ପକ୍ଷରୁ ଚାଲୁରହିଥିବା ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣା ପଡିଛି ।
ଅନ୍ୟପଟେ ତ୍ରାଲ ଠାରେ ସେନା କ୍ୟାମ୍ପ ଉପରେ ଅଚାନକ ଅତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା । ଏଥିରେ ଅତଙ୍କବାଦୀଙ୍କ ଗୁଳିରେ ୱାର୍ଡ ଡ୍ୟୁଟିରେ ଜଣେ ଯବାନ ସହିଦ ହୋଇଛନ୍ତି । ଖାଲି ସେତିକି ନୁହେଁ ସୋପୋର ସହରରେ ମଧ୍ୟ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ତେବେ ଅତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ହେଇଥିବା ଗୁଳି ବିନିମୟରେ ମୋଟ ୨ ଜଣ ଯବାନ ସହୀଦ ହୋଇଛନ୍ତି ।
କାଶ୍ମୀର ର ଅନନ୍ତନାଗରେ ଚାଲିଥିବା ସର୍ଚ୍ଚ ଅପରେସନରେ ସ୍ଥାନୀୟ ଅରୱାନୀ ଗ୍ରାମରେ କିଛି ଅତଙ୍କୀ ଲୁଚି ରହିଥିବାର ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ସେନା ପକ୍ଷରୁ ଛାନଭିନ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ହିଁ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଜଣ ଆତଙ୍କବାଦୀଙ୍କୁ ମାରିବାରେ ଭାରତୀୟ ସେନା ସଫଳ ହୋଇଛି । ମୃତ ଅତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ । ତେବେ ଏ ଘଟଣାକୁ ନେଇ ସ୍ଥାନୀୟ ବିକ୍ଷୋଭକାରୀ ସେନା ଉପରକୁ ଢେଲା ମାଡ କରିଥିଲେ । ଏହାର ଜବାବରେ ସେନା ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ।
ସେପଟେ ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲାର ଅଥିରା ଗ୍ରାମରେ ଆତଙ୍କୀ ଲୁଚିଥିବାର ସେନା ଖବର ପାଇଁ ଅପରେସନ ଆରମ୍ଭ କରିଥିଲା । ଏଥିରେ ୨ ଜଣ ଅତଙ୍କବାଦୀଙ୍କୁ ସେନା ଗୁଳିକରି ମାରିଥିବା ଜଣାପଡିଛି । ତେବେ ମୃତ ଅତଙ୍କବାଦୀଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ବାସିନ୍ଦା ରହିଥିବା ସୂଚନା ମିଳିଛି । ସେ କେଉଁ ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିଲା ସେନେଇ ସେନା ପାଖରେ କୌଣସି ଖବର ନ ଥିବା ଜଣାପଡିଛି ।