ମୁମ୍ବାଇ(): ବଲିଉଡର ‘ମାଲାଙ୍ଗ’ ଅଭିନେତ୍ରୀ ଦିଶା ପଟାନି ଟାଇମ୍ସ ୫୦ ମୋଷ୍ଟ ଡିଜାୟରେବୁଲ ମହିଳା ଭାବେ ୨୦୧୯ ତାଲିକାରେ ଶୀର୍ଷରେ ରହିଛନ୍ତି। ଦିଶାଙ୍କୁ ସବୁଠୁ ଲୋକପ୍ରିୟ ମହିଳା ଭାବେ ବଛାଯାଇଛି ।
ତାଙ୍କୁ ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ମହିଳା କ’ଣ ବୋଲି ପଚରାଯିବାରୁ ସେ କହିଛନ୍ତି “ମୁଁ ଭାବୁଛି ମୋର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଓ ଫ୍ୟାଶନେବଲ୍ ହେବା , ଫିଟ୍ ରହିବା ପାଇଁ ମୋତେ ସବୁଠାରୁ ଲୋକେ ପସନ୍ଦ କରନ୍ତି । ତେଣୁ ମୁଁ ଟାଇମ୍ସ ମୋଷ୍ଟ ଡିଜାୟରେବୁଲ ମହିଳା ହୋଇପାରିଛି । ସର୍ବୋପରି, ମୁଁ ଲୋକଙ୍କ ପ୍ରେମ ପାଇଁ ଏବଂ ସେମାନେ ମୋତେ ପସନ୍ଦ କରୁଥିବା ହେତୁ ମୁଁ ସମସ୍ତଙ୍କୁ କୃତଜ୍ଞ ଜଣାଇବା ପାଇଁ ଚାହୁଛି । ଦିଶାଙ୍କ ଅନୁଯାୟୀ ଶାହରୁଖ ଖାନ ବଲିଉଡର ସବୁଠାରୁ ଡିଜାୟରେବୁଲ ମ୍ୟାନ ।
ବହୁ ଅଭିଳାଷୀ ମହିଳାଙ୍କ ତାଲିକାରେ ଦିଶାଙ୍କୁ ଅନୁସରଣ କରି ନମ୍ବର ୨. ରେ ସୁମନ ରାଓ,୩. କ୍ୟାଟ୍ରିନା ୪. ଦୀପିକା ପାଦୁକୋନ ୫. ଭର୍ତ୍ତିକା ସିଂ ୬. କିଆରା ଆଡଭାନୀ ୭. ଶ୍ରଦ୍ଧା କପୁର ୮. ୟାମି ଗୌତମ ୯. ଆଦିତ୍ୟ ରାଓ ହାଇଡାରୀ ଏବଂ ୧୦ ନମ୍ବର ସ୍ଥାନରେ ରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଅଛନ୍ତି ।
ଏହି ତାଲିକାରେ ଅନେକ ନୂତନ ଅଭିନେତ୍ରୀ ମଧ୍ୟରେ ଶିବାନୀ ଯାଦବ (ଫେମିନା ମିସ୍ ଗ୍ରାଣ୍ଡ ଇଣ୍ଡିଆ ୨୦୧୯), ତାରା ସୂତରିଆ, ଶେଫାଲୀ ସୁଦ (ମିସ୍ ଡିଭା ସୁପ୍ରାନେସନ୍ ୨୦୧୯), ସାମନ୍ତା ଆକ୍କିନେନି (ହାଇଦ୍ରାବାଦ ଟାଇମ୍ସ ମୋଷ୍ଟ ଆକାଂକ୍ଷିତ ମହିଳା ୨୦୧୯), ଶାନଭି ଶ୍ରୀବାସ୍ତବ (ବାଙ୍ଗାଲୋର ଟାଇମ୍ସ ମୋଷ୍ଟ ଡିଜାୟରେବୁଲ ମହିଳା) ୨୦୧୯), ଶ୍ରେୟା ଶଙ୍କର (ଫେମିନା ମିସ୍ ଇଣ୍ଡିଆ ୟୁନାଇଟେଡ୍ କଣ୍ଟିନେଣ୍ଟ ୨୦୧୯), ନୁସରତ ଜାହାନ୍ (କଲିକତା ଟାଇମ୍ସ ମୋଷ୍ଟ ଡିଜାୟରେବୁଲ ମହିଳା ୨୦୧୯), ତାପସୀ ପନ୍ନୁ, ଅନନ୍ୟା ପାଣ୍ଡେ, ଭୁମି ପେଦନେକର, ସାଇ ମଞ୍ଜରେକର ଏବଂ ନେହା ପେଣ୍ଡସେ ବାଇସ୍ (୨୦୧୯ ପାଇଁ ମହାରାଷ୍ଟ୍ରର ସବୁଠାରୁ ଡିଜାୟରେବୁଲ ମହିଳା)ଭାବେ ରହିଛନ୍ତି । ଏହି ତାଲିକାରେ ଦେଶର ୪୦ ବର୍ଷରୁ କମ୍ ମହିଳା ଅଛନ୍ତି। ଦିଶା ୨୦୧୬ ରେ ଧୋନି ‘ଦ ଅନଟୋଲ୍ଡ ଷ୍ଟୋରୀ’ ଫିଲ୍ମରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ଦେଖାଯାଇଥିଲେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024