ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ସିଙ୍ଗର ଆତିଫ୍ ଅସ୍ଲମ ଆଜି ତାଙ୍କର ୩୮ତମ ଜନ୍ମଦିବସ ପାଳନ କରୁଛନ୍ତି । ପାକିସ୍ତାନର ୱଜିରାବାଦରେ ଜନ୍ମିତ ଆତିଫ ବଲିଉଡରେ ଅନେକ ସୁପରହିଟ ଗୀତ ଗାଇଛନ୍ତି । ୨୦୦୫ ମସିହାରେ ସେ ବଲିଉଡ ଫିଲ୍ମ ‘ଜହର’ ଏବଂ ‘ୱ ଲମହେ’ ରେ ଗୀତ ଗାଇଥିଲେ । ଯାହା ଖୁବ୍ ସୁପରହିଟ୍ ହୋଇଥିଲା ।
ଲାହୋରର କିମ୍ବର୍ଲି ହାଇସ୍କୁଲରୁ ପାଠ ପଢା ଆରମ୍ଭ କରିଥିଲେ ଆତିଫ୍ । ସେ ୧୪ ବର୍ଷ ବୟସରେ ୧୦ ଶ୍ରେଣୀ ପାସ୍ କରିଥିଲେ । ଏହାପରେ ସେ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ଏକ ମ୍ୟୁଜିକ ବ୍ୟାଣ୍ଡ ନିର୍ମାଣ କରିଥିଲେ । ଏହାପରେ ସେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ପ୍ରଥମ ଗୀତ ‘ଆଦତ’ ରିଲିଜ୍ କରିଥିଲେ । ଏହି ଗୀତ ମଧ୍ୟ ଖୁବ୍ ସୁପରହିଟ ହୋଇଥିଲା । ଦେଖୁ ଦେଖୁ ଆତିଫ ଫେମସ୍ ହେବାକୁ ଲାଗିଲେ । ଏହାପରେ ତାଙ୍କୁ ଫିଲ୍ମ ଗୁଡିକରେ କାମ କରିବାର ସୁଯୋଗ ମିଳିଲା ।
ଫିଲ୍ମ ‘ରମେୟା ବାସ୍ତୋବେୟା’ ରେ ଜିନେ ଲଗା ହୁଁ ଗୀତ ଗାଇଥିଲେ ଆତିଫ । ଏହି ଗୀତ ବି ତାଙ୍କର ଖୁବ୍ ସୁପରହିଟ୍ ହୋଇଥିଲା । ଏହି ଗୀତକୁ ଆଜି ବି ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ସେହିପରି ଫିଲ୍ମ ଅଜବ ପ୍ରେମ କି ଗଜବ କାହାଣୀ ର ତୁ ଜାନେ ନା ଗୀତ , ହାଫ୍ ଗର୍ଲଫ୍ରେଣ୍ଡର ମେଁ ଫିର ଭି ତୁମକୋ ଚାହୁଁକା ଗୀତ, ରେସ୍ ର ପେହଲି ନଜର ଗୀତ, ଗାଇଥିଲେ ଏବଂ ତାଙ୍କର ଏହି ଗୀତ ଗୁଡିକ ଖୁବ୍ ହିଟ୍ ମଧ୍ୟ ହୋଇଥିଲା ।