ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରକୃତିର କରାଳ ତାଣ୍ଡବ ସବୁବେଳେ ଭୟଙ୍କର । ଯାହା ଆଗରେ ବିଜ୍ଞାନ ବି ହାର ମାନେ । ଲଗାଣ ବର୍ଷାର ମହାପ୍ରଭାବ ଦେଖିବାକୁ ମିଳିଛି ଆଜି ଜମ୍ମୁ-କଶ୍ମୀର ଓ ଉତ୍ତରାଖଣ୍ଡରେ । ବର୍ଷାର ପ୍ରଭାବରେ ଭୟଙ୍କର ଭୂଷ୍ପଳନ ହୋଇ ୯ ଜଣଙ୍କ ପ୍ରାଣହାନୀ ଘଟିଛି । ସେହିଭଳି ୧୫ ଜଣ ମଧ୍ୟ ପ୍ରକୃତିର ଏହି ତାଣ୍ଡବରେ ନିଖୋଜ ହୋଇଛନ୍ତି । ଅନ୍ୟପଟେ କର୍ଣ୍ଣାଟକରେ ମଧ୍ୟ ବନ୍ୟାର ବିଭିଷିକା ଦେଖିବାକୁ ମିଳିଛି । କର୍ଣ୍ଣାଟକରେ ବନ୍ୟା ଯୋଗୁଁ ୪୦ ଜଣଙ୍କ ମୃତ୍ୟୁ ହୋଇଛି।
ପ୍ରାୟ ୧୫ ଜଣ ଏବେ ବି ନିଖୋଜ ଅଛନ୍ତି। ରାଜ୍ୟର ୧୭ଟି ଜିଲ୍ଲାରେ ୧୧୬୮ଟି ରିଲିଫ୍ ଶିବିର ସ୍ଥାପନ ହୋଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟଦ୍ୟୁରପ୍ପା ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିଭଳି ମହାରାଷ୍ଟ୍ରରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି ।
ସରକାରୀ ସୂତ୍ର ଅନୁସାରେ କେରଳରେ ୭୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକ , ଗୁଜୁରାଟ ଓ ମହାରାଷ୍ଟ୍ରରେ ୯୭ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟାଯୋଗୁ କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର ଓ ଗୁଜରାଟ୍ରେ ୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବର୍ଷା ଯେଉଁଭଳି ଭାବରେ ବଢି ଚାଲିଛି ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କାଯାଉଛି । ବନ୍ୟା ଫଳରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୨୨୭ ଛୁଇଁଲା