ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାରକାର୍ଡ ରହିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ନିକଟରେ ଆଧାରକାର୍ଡ ନାହିଁ ତେବେ
ଆପଣ କୌଣସି ପ୍ରକାରର ସରକାରୀ ଯୋଜନାର ଲାଭ ଉଠାଇ ପାରିବେ ନାହିଁ । କିନ୍ତୁ ଆଧାରକାର୍ଡର ଡାଟା ସୁରକ୍ଷିତ ରଖିବା ସରକାରଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠାରୁ କମ ନୁହେଁ ।
ସେହିପରି ଆଧାରକାର୍ଡକୁ ସୁରକ୍ଷିତ ରଖିବା ପାଇଁ ନିକଟରେ ପିଭିସି ଆଧାରକାର୍ଡ ବି ଜାରି କରିଛନ୍ତି ସରକାର । ଏହି ନୂତନ ଆଧାର ପାଇଁ ଆପଣ ୟୁଆଇଡିଏଆଇ ର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆପ୍ଲାଇ କରିପାରିବେ । ପିଭିସି ଆଧାରକାର୍ଡ କୁ ସୁରକ୍ଷିତ ରଖିବା ପାଇଁ ଏଥିରେ କ୍ୟୁଆର କୋଡ ସେବା ବି ଜୋଡା ଯାଇଛି ।
ଯେତେବେଳେ ଆପଣ କୌଣସି ମୋବାଇଲ ଫୋନରୁ ସେହି କ୍ୟୁାଆର କୋଡକୁ ସ୍କାନ କରିବେ ସେତେବେଳେ ଆପଣଙ୍କର ସମସ୍ତ ତଥ୍ୟ ସାମ୍ନାକୁ ଆସିଯିବ ।
ତେବେ ଆସନ୍ତୁ ଜାଣିବା ପିଭିସି କାର୍ଡ କରିବା ପାଇଁ ଆପଣଙ୍କୁ କଣ କରିବାକୁ ହେବ? ପ୍ରଥମେ ଆପଣକୁ ୟୁଆଇଡିଏଆଇ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିବାକୁ ହେବ । ଏହାପରେ ମାଇଁ ଆଧାର ସେକ୍ସନକୁ ଯାଇ ‘ଅର୍ଡର ଆଧାର ପିଭିସି କାର୍ଡ’ ରେ କ୍ଲିକ କରିବାକୁ ହେବ । ଏହାପରେ ଆପଣଙ୍କୁ ୧୨ ଡିଜିଟର ନଂ ବା ୧୬ ଡିଜିଟ ବିଶିଷ୍ଟ ଭର୍ଚୁଆଲ ଆଇଡି କିମ୍ବା ୨୮ ଜିଡିଟ ବିଶିଷ୍ଟ ଆଧାର ଏନରୋଲମେଣ୍ଟ ଆଇଡି ଦେବାକୁ ହେବ । ଏହାପରେ ଆପଣଙ୍କୁ ସିକ୍ୟୁରିଟି କୋଡ ବା କ୍ୟାପ୍ଚା ଭରିବା ପରେ ସେଣ୍ଡ ଓଟିପି ର ବିକଳ୍ପ ସାମ୍ନାକୁ ଆସିବ । ସେହି ଅପ୍ସନକୁ ଆପଣଙ୍କୁ କ୍ଲିକ କରିବାକୁ ହେବ । କ୍ଲିକ କରିବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଯିବ । ସେହି ଓଟିପି ନଂ ଦେବା ପରେ ସବମିଟ୍ ଫର୍ମ ଉପରେ କ୍ଲିକ କରିବାକୁ ହେବ ।
ପିଭିସି କାର୍ଡରେ ଆଧାରକୁ ପ୍ରିଣ୍ଟ କରିବା ପାଇଁ ଆପଣଙ୍କୁ ୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ । ସମସ୍ତ ପ୍ରକ୍ରିୟା ପୁରା ହେବା ପରେ ଆପଣଙ୍କ ସାମ୍ନାରେ ପେମେଣ୍ଟ ଅପ୍ସନ ଖୋଲିଯିବ । ସେଠାରେ ଆପଣଙ୍କୁ ପିଭିସି କାର୍ଡ ପାଇଁ ୫୦ ଟଙ୍କାଳ ଦେବାକୁ ହେବ ଏବଂ ଏହାପରେ ଆପଣଙ୍କ ପିଭିସି ଆଧାରକାର୍ଡ ଆପ୍ଲାଇ ହୋଇଯିବ । ପିଭିସି ଏକ ପ୍ଲାଷ୍ଟିକ କାର୍ଡ ଭଳି ହୋଇଥାଏ । ଏଟିଏମ, ଡେବିଟକାର୍ଡ ଏବଂ କ୍ରେଡିଟକାର୍ଡ ପାଇଁ ଏହି ପିଭିସି କାର୍ଡର ବ୍ୟବହାର କରାଯାଇଥାଏ ।