ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀର ମୋହଲ୍ଲା କ୍ଲିନିକ୍ ରେ ଜଣେ ଡାକ୍ତର କରୋନାରେ ଆକ୍ରନ୍ତ ହୋଇଥିବା ଜାଣିବାକୁ ମିଳିଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ସେହି ଡାକ୍ତରଙ୍କ ସଂଶ୍ପର୍ଷରେ ୯୦୦ ଲୋକ ଆସିଛନ୍ତି । ସେମାନଙ୍କୁ ଏବେ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି । ଏନେଇ ଦିଲ୍ଲୀ ସରକାରର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ସୂଚନା ଦେଇଛନ୍ତି ।
କୁହାଯାଉଛି କି ସାଉଦି ଅ।।ରବରୁ ଆସିଥିବା ଜଣେ ମହିଳାଙ୍କ ସଂଶ୍ପର୍ଷରେ ଆସିଥିଲେ ଏହି ଡାକ୍ତର । ଏହାପରେ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ଡାକ୍ତରଙ୍କ ସମେତ ତାଙ୍କ ପତ୍ନୀ ଏବଂ ଝିଅ ବି କରୋନାର ଶିକାର ହୋଇଛନ୍ତି ।
ପୁରା ଦେଶରେ କରୋନା ପ୍ରକୋପ ବଢି ଚାଲିଛି । ଭାରତରେ କରୋନା ଆକ୍ରନ୍ତ ସଂଖ୍ୟା ୬ ଶହ ଟପିଲାଣି । ସେହିପରି ୧୩ ଲୋକଙ୍କ ଜୀବନ ଗଲାଣି ।